୧୮ରୁ ଭୁବନେଶ୍ୱରରେ ଗଡିବ ମୋ ସାଇକଲ; ପ୍ରଥମ ଅଧଘଣ୍ଟାଏ ମାଗଣା

Edited by Papu Mohanty

ଭୁବନେଶ୍ୱର : May 16: ଜନସାଧାରଣଙ୍କ ଅନୁରୋଧକୁ ଆଧାର କରି ରାଜ୍ୟ ସରକାର କ୍ରୁଟ୍‌କୁ ମୋ ସାଇକଲ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ସାଇକଲର ବ୍ୟବହାର ସାମାଜିକ ଦୂରତା ରକ୍ଷାରେ ଭୁବନେଶ୍ୱରବାସୀଙ୍କ ପାଇଁ ସହାୟକ ହେବ । ଆସନ୍ତା ଜୁନ୍‌ ୩୦ ଯାଏଁ ମୋ ସାଇକଲର ବ୍ୟବହାର କଲେ ଭୁବନେଶ୍ୱରବାସୀ ନିଃଶୁÂ ରିହାତି ସୁବିଧା ପାଇବେ । ଗୋଟିଏ ଦିନରେ ଅନେକଥର ସାଇକଲ ରାଇଡ୍‌ କରିପାରିବେ, କିନ୍ତୁ କୌଣସି ରାଇଡ୍‌ ସର୍ବାଧିକ ୩୦ ମିନଟ୍‌ର ହିଁ ହୋଇପାରିବ। ୩୦ ମିନଟ୍‌ରୁ ଅଧିକା କୌଣସି ରାଇଡ୍‌ରେ ଗଲେ ଗ୍ରାହକ ମାନଙ୍କୁ ଚଳିତ ଭଡା ଦେବାକୁ ପଡିବ। ‘କୋରୋନା ମହାମାରୀ ସମୟରେ ନିଜର ସ୍ୱାସ୍ଥ୍ୟକୁ ସୁସ୍ଥ ଓ ସମୃଦ୍ଧ ରଖିବା ପାଇଁ, ଶାରିରୀକ ମାନସିକ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସାଇକଲ ଚଲାଇବା ଲାଭଦାୟକ ଅଟେ । ମୋର ଆଶା ଅସୀମିତ ରାଇଡ୍‌ର ସୁବିଧା ଅଧିକାରୁ ଅଧିକା ନାଗରୀକ ମାନେ ଉଠାଇବେ ଏବଂ ପ୍ରଥମ ୩୦ ମିନଟ୍‌ ମାଗଣା ରାଇଡ୍‌ ଅଫରର ବ୍ୟବହାର କରିବେ ବୋଲି ମହାପ୍ରବନ୍ଧକ ଶ୍ରୀମତୀ ଦିପ୍ତୀ ମହାପାତ୍ର କହିଥିଲେ । ସେବା ଆରମ୍ଭରେ ୩୦୦ଟି ସାଇକଲ (ୟାନା ଓ ୟୁଲୁ), ୫୦ଟି ପବ୍ଲିକ୍‌ ବାଇକ ସେୟାରିଙ୍ଗ୍‌ ଷ୍ଟେସନରେ ଉପଲବ୍ଧ ହେବ। ପ୍ରତ୍ୟେକ ସାଇକଲର କୀଟାଣୁନାସକ ଶୁଦ୍ଧିକରଣର ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଏପରିକି ଆପ୍‌ ମାଧ୍ୟମରେ ବ୍ୟବହାର କରିବାକୁ ଚାହୁଁଥିବା ସାଇକଲ କେବେ ଶୁଦ୍ଧିକରଣ ହୋଇଥିଲା ତାର ସୂଚନା ଦିଆଯିବ, ଏଥିପାଇଁ ଟେକନିକାଲ ଟିମ୍‌ କାର୍ଯ୍ୟରତ। ପ୍ରତ୍ୟେକ ସାଇକଲର ବ୍ୟବହାର ପରେ, ତା’ବଦଳରେ ଏକ ନୂଆ ପୂର୍ଣ୍ଣଶୁଦ୍ଧି ହୋଇଥିବା ସାଇକଲ ଦିଆଯିବ। ଶ୍ରୀମତୀ ମହାପାତ୍ର ବିଶେଷ ଭାବରେ ମୋ ସାଇକେଲର ବ୍ୟବହାର ସମୟରେ ମାସ୍କ ଏବଂ ଗ୍ଲୋବ୍ସର ବ୍ୟବହାର କରିବା ପାଇଁ ଅପିଲ କରିଛନ୍ତି । ଏପରିକି ସାଇକଲ ଷ୍ଟେସନରେ ଭିଡ ନକରି ସାମାଜିକ ଦୂରତାକୁ ରକ୍ଷା କରିବା ପାଇଁ ଅନୁରୋଧ କରାଯାଇଛି ।

Launching Ceremony of “AYUSHMAN BHARAT

Comments are closed.