୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା

ଵାଲେଶ୍ଵରରେ ଵିପର୍ଯ୍ୟନ୍ତ ଆଇନ ଶୃଙ୍ଖଳା, ଦିଵାଲୋକରେ ପ୍ରତିଦିନ ଚୋରି, ଛିନତାଇ, ରାହାଜାନୀ ସହ ଗୁଳିକାଣ୍ଡ ଜନଜୀବନକୁ ଆତଙ୍କିତ କରିଥିବା ଵେଳେ ପୋଲିସ ନୀରଵ ଦ୍ରଷ୍ଟା ସାଜିଛି। ଏହାର ପ୍ରତିଵାଦରେ ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି।

ବନ୍ଦ ପାଳନ ପୂର୍ବରୁ ୪ ଦିନ ଧରି ସହରର ବିଭିନ୍ନ ଛକ ବଜାରରେ ପଥପ୍ରାନ୍ତ ସଭା କରାଯାଇଥିଲା। ବାଲେଶ୍ୱର ବାର୍‌ ଆସୋସିଏସନ, ବାଲେଶ୍ୱର ସିଭିଲ ସୋସାଇଟି, ବରିଷ୍ଠ ନାଗରିକ ମଞ୍ଚ, ବାଲେଶ୍ୱର ପଥ ବିକ୍ରେତା ସଂଘ, ଆଇଏନଟିୟୁସି, ବିଜେପି, କଂଗ୍ରେସ, ବିଭିନ୍ନ ଶ୍ରମିକ ସଂଗଠନ, ବାମପନ୍ଥୀ ଓ ବାଲେଶ୍ୱର ବ୍ୟବସାୟୀ ସଂଘ ବନ୍ଦ ଡାକରାରେ ସାମିଲ ହୋଇଛନ୍ତି।

Govt

Comments are closed.