ସମୟ ସହିତ ହୃଦ୍ରୋଗ ଜନିତ ବିଭିନ୍ନ ସମସ୍ୟା ମଧ୍ୟ ବଢିଚାଲିଛି । ଦଶନ୍ଧି ପୂର୍ବେ ଏହି ରୋଗ କେବଳ ବୟସ୍କ ଶ୍ରେଣୀର ଲୋକଙ୍କୁ ହେଉଥିଲା, ମାତ୍ର କ୍ରମଶଃ ସମସ୍ତ ବର୍ଗର ଲୋକଙ୍କ ଠାରେ ଏହି ସମସ୍ୟା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଶେଷଜ୍ଞ ସମସ୍ତଙ୍କୁ ସତର୍କ ରହିବା ସହିତ ଏହି ରୋଗରୁ ବର୍ତ୍ତିବା ପାଇଁ ନିରନ୍ତର ପ୍ରୟାସ କରିବା ଲାଗି ପରାମର୍ଶ ଦେଉଛନ୍ତି । ସେହିପରି ଲାଇଫ୍ଷ୍ଟାଇଲ୍ ଓ ଖାଦ୍ୟରେ ଅଣଦେଖା କରିବା ଏହି ରୋଗର ଲକ୍ଷଣକୁ ବଢାଇଥାଏ ବୋଲି ଅନେକ ହୃଦ୍ରୋଗ ବିଶେଷଜ୍ଞ କୁହନ୍ତି । ତେଣୁ ଦୈନିକ ଆହାରରେ କେତେକ ସାମଗ୍ରୀ ସାମିଲ କରିବା ଦ୍ୱାରା ଏ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
– ଆଭୋକାଡୋ ହୃଦ୍ ଜନିତ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏହା ମନୋଅନସାଚୁରେଟେଡ୍ ଫ୍ୟାଟ୍ର ଏକ ଉତ୍କୃଷ୍ଟ ସ୍ରୋତ, ଯାହା କୋଲେଷ୍ଟ୍ରଲ୍ ସ୍ତରକୁ କମ୍ କରି ହୃଦ୍ରୋଗ ବିପଦକୁ କମାଇବାରେ ସହାୟକ ହୋଇଥାଏ । ଏଥିରେ ଥିବା ଫାଇବର ହଜମ ପ୍ରକ୍ରିୟା ପାଇଁ ମଧ୍ୟ ଖୁବ୍ ଲାଭପ୍ରଦ ହେବ ।
– ସବୁଜ ପନିପରିବା ସହିତ ବିଭିନ୍ନ ପ୍ରକାରର ସାଗରେ ପ୍ରଚୂର ପରିମାଣର ଭିଟାମିନ, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା ଆମ ଶରୀର ପାଇଁ ନିୟମିତ ରୂପେ ଆବଶ୍ୟକ ହୋଇଥାଏ । ପାଳଙ୍ଗ, କେଲ୍ ଓ କୋଲାର୍ଡ (ବ୍ରୋକଲି ଭଳି ଏକପ୍ରକାରର ସାଗ) ସହିତ ବିନ୍ସ ଭଳି ପରିବା ଖାଇବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ମିଳିଥାଏ ।
– ଯେଉଁମାନେ ନିୟମିତ ରୂପେ ମଞ୍ଜିଜାତୀୟ ଖାଦ୍ୟ ଖାଆନ୍ତି ସେମାନଙ୍କ ଠାରେ ହୃଦରୋଗର ବିପଦ କମ୍ ଥାଏ । ବିଶେଷକରି ବାଦାମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଫଳପ୍ରଦ ହେବ । ଏଥିରେ ଫାଇବର୍, ମ୍ୟାଗ୍ନେସିଅମ୍, କପର୍ ଓ ମାଙ୍ଗାନିଜ୍ ଭଳି ସୂକ୍ଷ୍ମ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀର ପକ୍ଷେ ହୀତକର ।
– ଡାର୍କ ଚକୋଲେଟ୍ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଲାଭଦାୟକ । ଏଥିରେ ଭରପୂର ମାତ୍ରାରେ ଫ୍ଲାଭୋନଏଡ୍ସ ଭଳି ଆଣ୍ଟିଅକ୍ସିଡାଣ୍ଟ୍ ରହିଛି, ଯାହା ହୃଦ୍ରୋଗକୁ ହ୍ରାସ କରିବାରେ ସହାୟକ ହେବ । ସେହିପରି କୋରୋନାରୀ ହାର୍ଟ ଡିଜିଜ୍, ଷ୍ଟ୍ରୋକ୍ ଓ ମଧୁମେହର ବିପଦ ମଧ୍ୟ କମିବ । ଏହାସହ ଉଚ୍ଚ ରକ୍ତଚାପକୁ କମ୍
କରିବାରେ ମଧ୍ୟ ଏହା ବେଶ୍ ସାହାଯ୍ୟ କରିବ ।
Comments are closed.