ହିମାଚଳପ୍ରଦେଶରେ ପ୍ରବଳ ବର୍ଷା, ୪ ଜଣଙ୍କ ମୃତ୍ୟୁ , ୧୬ ନିଖୋଜ

ନୂଆଦିଲ୍ଲୀ: ରବିବାରଠାରୁ ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ଭୂସ୍ଖଳନ ଯୋଗୁଁ ରାଜ୍ୟରେ ୨୮୫ଟି ରାସ୍ତାରେ ଯାନବାହନ ଯାତାୟତ ବନ୍ଦ ହୋଇଯାଇଛି। ଗତ ୨୪ ଘଣ୍ଟାରେ ହିମାଚଳପ୍ରଦେଶରେ ୪ ଜଣଙ୍କର ବର୍ଷାଜନିତ କାରଣ ପାଇଁ ମୃତ୍ୟୁ ହୋଇଛି। ହିମାଚଳର ମଣ୍ଡି ଜିଲ୍ଲାରେ ୪ ଜଣଙ୍କର ବର୍ଷା ଜନିତ କାରଣ ପାଇଁ ମୃତ୍ୟୁ ହୋଇଥିବାବେଳେ ୯ ଜଣ ବନ୍ୟା ଜଳରେ ଭାସି ଯାଇଛନ୍ତି। ୧୬ ଜଣ ନିଖୋଜ ହୋଇଯାଇଛନ୍ତି। ମଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ ଆଲର୍ଟ ଜାରି ହୋଇଛି। ଅନ୍ୟପକ୍ଷେ ବିହାରର ଭୋଜପୁର, ବକ୍ସାର ଏବଂ ନାଳନ୍ଦାରେ ବଜ୍ରପାତ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଗୟାରେ ଲଗୁରାହି ଜଳପ୍ରପାତରେ ୬ ଜଣ ଭାସିଯିବାବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଇତି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ୩୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବର୍ଷା ନେଇ ସତର୍କତା ଜାରି କରିଛି। ଉତ୍ତରାଖଣ୍ଡ ଏବଂ ଝାଡ଼ଖଣ୍ଡ ପାଇଁ ରେଡ୍‌ଆଲର୍ଟ ଜାରି ହୋଇଥିବାବେଳେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସମେତ ୧୨ ରାଜ୍ୟ ପାଇଁ ଅରେଞ୍ଜ ଆଲର୍ଟ ଏବଂ ୧୭ ରାଜ୍ୟ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

Comments are closed.