ହରିୟାଣାରେ ଘର ଭୁଶୁଡ଼ି ୧୨ ମୃତ

0

ଚଣ୍ଡୀଗଡ଼: ସମଗ୍ର ଉତ୍ତର ଭାରତରେ ବନ୍ୟା ବିତ୍ପାତ ଜାରି ରହିଥିବାବେଳେ ଗତ କିଛିଦିନରେ ଘର ଭୁଶୁଡ଼ି ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଫତେହାବାଦ, ଭିୱାନୀ ଏବଂ କୁରୁକ୍ଷେତ୍ର ଜିଲାରେ ଏହି ମୃତ୍ୟୁ ଘଟିଥିବାବେଳେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଗତ ସପ୍ତାହରେ ଭିୱାନୀ ଜିଲାର କଳିଙ୍ଗା ଗାଁରେ ତିନିଜଣ ଝିଅଙ୍କ ମୃତ୍ୟୁ ହୋଇଥିଲା। ସେମାନେ ରହୁଥିବା ଭଡ଼ା ଘରର ଛାତ ଭୁଶୁଡ଼ି ପଡ଼ି ବାପାମା’ ଓ ସାନ ଭାଇ ଆହତ ହୋଇଥିଲେ। ବନ୍ୟା ପ୍ରଭାବିତଙ୍କ ପାଇଁ ତାଙ୍କ କ୍ୟାବିନେଟର ସମସ୍ତ ମନ୍ତ୍ରୀ, ବିଧାୟକ ଏବଂ ବିଜେପି ସରକାରକୁ ସମର୍ଥନ କରୁଥିବା ୩ ସ୍ବାଧୀନ ବିଧାୟକ ସେମାନଙ୍କ ମାସକର ଦରମା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସରକାରୀ ଅଧିକାରୀ, କର୍ମଚାରୀ, ସାମାଜିକ ସଙ୍ଗଠନ ଏବଂ ଶିଳ୍ପାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଯଥାସମ୍ଭବ ଦାନ କରିବାକୁ ସେ ଅନୁରୋଧ କରିଛନ୍ତି।

Govt
Leave A Reply

Your email address will not be published.