ନୂଆଦିଲ୍ଲୀ : ହରିୟାଣାର ପାନିପତ୍ ଜିଲ୍ଲାରେ ୩ ଜଣ ମହିଳାଙ୍କୁ ସେମାନଙ୍କ ସ୍ବାମୀ ଓ ପିଲାଙ୍କ ସମ୍ମୁଖରେ ୪ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି। ଗୁରୁବାର ମହିଳାମାନେ ସେମାନଙ୍କ ସ୍ବାମୀ ଓ ପିଲାଙ୍କ ନିକଟରେ ଶୋଇଥିଲେ। ରାତି ପ୍ରାୟ ୧ଟାରେ ଦୁର୍ବୃତ୍ତମାନେ ସେମାନଙ୍କ ସ୍ବାମୀ ଓ ପିଲାମାନଙ୍କୁ ଟେକି ନେଇ ଗୋଟିଏ ଘରେ ଦୌଡ଼ିରେ ବାନ୍ଧି ଦେଇଥିଲେ। ଏହାପରେ ସେମାନଙ୍କୁ ଦୁଷ୍କର୍ମ କରିଥିଲେ। ସମସ୍ତ ଦୁର୍ବୃତ୍ତ ମୁଖା ପିନ୍ଧିଥିଲେ। ଅଭିଯୁକ୍ତମାନେ ସାଙ୍ଗରେ ଛୁରି ଓ ପିସ୍ତଲ ନେଇଥିଲେ। ୩ଟି ପରିବାର ରହୁଥିବା ଘର ଭିତରକୁ ସେମାନେ ଧସେଇ ପଶି ଏଭଳି କାଣ୍ଡ ଘଟାଇଛନ୍ତି। ଗଣଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ବୟସ ଯଥାକ୍ରମେ ୨୪, ୨୫ ଏବଂ ୩୫ ବର୍ଷ ହେବ। ଦୁଷ୍କର୍ମ ପରେ ସେମାନେ ଟଙ୍କା ଏବଂ ରୁପା ଅଳଙ୍କାର ଲୁଟି ନେଇଛନ୍ତି। ପୁଲିସର ଅନୁଯାୟୀ ସେମାନେ ଗ୍ରାମ ଛାଡ଼ିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରୁ ୫ ହଜାର ଟଙ୍କା ଚୋରି କରିବା ସହ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କୁ ଆକ୍ରମଣ କରି ଆହତ କରିଛନ୍ତି।

Comments are closed.