ହରର କମେଡି ପାଇଁ ଉତ୍ସାହିତ

0

ଅଜୟ ଦେବଗନଙ୍କ ହାତରେ ବର୍ତ୍ତମାନ ଅନେକ ପ୍ରୋଜେକ୍ଟ ରହିଛି । ଆଗକୁ ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ସେ ବିଭିନ୍ନ ଫିଲ୍ମ ସାଇନ କରିଛନ୍ତି । ଆଗକୁ ତାଙ୍କର ଦୃଶ୍ୟମ ୩ ମଧ୍ୟ ପରଦାକୁ ଆସିବାକୁ ରହିଛି, ଯାହାର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ । ତେବେ କେବଳ ଏହି ଫିଲ୍ମ ନୁହେଁ ସୂଚନା ଅନୁସାରେ ଅଜୟଙ୍କୁ ଆଗକୁ ଏକ ହରର କମେଡିରେ ଦେଖିବାକୁ ମିଳିବ । ଯେଉଁଥିପାଇଁ ସେ ସ୍କ୍ରିପ୍ଟ ଶୁଣିବା ମଧ୍ୟ ଆରମ୍ଭ କରିଥିବା ଜଣା ପଡିଛି । ଆଜିଯାଏଁ ଅଜୟଙ୍କୁ ହରର କମେଡିରେ ଦର୍ଶକ ଦେଖିନାହାନ୍ତି, ତେଣୁ ଏହାକୁ ନେଇ ଅଜୟ ଖୁବ ଉତ୍ସାହିତ ଥିବା ଜଣା ପଡିଛି । ସେହିଭଳି ପ୍ରଥମଥର ପାଇଁ ଦର୍ଶକଙ୍କୁ କିଛି ନୂଆ ଚରିତ୍ର ଭେଟି ଦେବାକୁ ଯାଉଥିବାରୁ ଏଥିପାଇଁ ଅଜୟ ଖୁବ ପରିଶ୍ରମ କରିଥିବା ଜଣା ପଡିଛି । ଏହି ଖବର ଜଣା ପଡିବା ପରେ ଅଜୟଙ୍କ ଫ୍ୟାନ ଖୁବ ଅଛନ୍ତି ।

Govt
Leave A Reply

Your email address will not be published.