ହମାସର ଦାବି : ଗାଜାରେ ୧୩ ପଣବନ୍ଦୀଙ୍କ ଇସ୍ରାଏଲ ବିମାନ ଆକ୍ରମଣରେ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ଗାଜା ଷ୍ଟ୍ରିପ୍‌ରେ ପଣବନ୍ଦୀ ଥିବା ପ୍ରାୟ ୧୩ ଇସ୍ରାଏଲୀ ଏବଂ ବିଦେଶୀ ନାଗରିକଙ୍କର ଇସ୍ରାଏଲ ବିମାନ ଆକ୍ରମଣରେ ମୃତ୍ୟୁ ହୋଇଛି ବୋଲି ହମାସ୍‌ ଆତଙ୍କବାହଦୀ ଗୋଷ୍ଠୀ ପକ୍ଷରୁ ଦାବି ହୋଇଛି। ୫ଟି ସ୍ଥାନରେ ଇସ୍ରାଏଲ ଯୁଦ୍ଧ ବିମାନର ଟାର୍ଗେଟ୍‌ ଆକ୍ରମଣ ଯୋଗୁଁ ୧୩ ଜଣ ପଣବନ୍ଦୀଙ୍କର ମୃତ୍ୟୁ ହୋଇଥିବା ହମାସ ଦାବି କରିଛି। ହମାସ ଅନୁଯାୟୀ ଇସ୍ରାଏଲ ଗାଜା ଷ୍ଟ୍ରିପ୍‌ରେ ରକେଟ୍‌ ମାଡ଼ କରିବା ଦ୍ବାରା ଏଠାରେ ୧୫୦୦ରୁ ଅଧି୍କ ଲୋକଙ୍କ ମୃତ୍ୟୁ ହୋଇଛି। ଗାଜା ସ୍ଥିତ ହମାସ ଗଣମାଧ୍ୟମ ଅଫିସ ଅନୁଯାୟୀ ମୃତକଙ୍କ ମଧ୍ୟରେ ୫୦୦ ଶିଶୁ ଅଛନ୍ତି। ଇତି ମଧ୍ୟରେ ଗାଜାରେ ଥିବା ଶବଗୃହ ଗୁଡ଼ିକରେ ଆଉ ଜାଗା ନାହିଁ।

Govt

Comments are closed.