ହନୁମାନଙ୍କୁ ନକଲି ହିନ୍ଦୁ ଭଗବାନ କହି ବିବାଦ ସୃଷ୍ଟି କଲେ ଟ୍ରମ୍ପଙ୍କ ଦଳର ନେତା

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ଜଣେ ନେତା ଟେକ୍ସାସରେ ଭଗବାନ ହନୁମାନଙ୍କ ୯୦ ଫୁଟ ଉଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଅନ୍’ ନିର୍ମାଣକୁ ବିରୋଧ କରିବା ପରେ ଏକ ବଡ଼ ବିବାଦ ଆରମ୍ଭ କରିଛନ୍ତି। ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ବିରୁଦ୍ଧରେ ଆମେରିକୀୟ ଅଧିକାରୀଙ୍କ କଠୋର ବୟାନବାଜି ଏବଂ ବାଣିଜ୍ୟକୁ ନେଇ ଅନଲାଇନରେ ଭାରତ ବିରୋଧୀ ଏବଂ ହିନ୍ଦୁ ବିରୋଧୀ ଘୃଣା ଭାଷଣ ସହିତ ଯୋଡ଼ି ହୋଇଛି। ଅଗଷ୍ଟ ୨୦୨୪ରେ ଉଦଘାଟନ ହୋଇଥିବା ହନୁମାନ ମୂର୍ତ୍ତିର ଏକ ଭିଡିଓ ପୋଷ୍ଟ କରି ରିପବ୍ଲିକାନ ନେତା ଆଲେକଜାଣ୍ଡାର ଡଙ୍କନ ଟ୍ୱିଟ୍ କରି କହିଛନ୍ତି, ‘ଆମେ କାହିଁକି ଟେକ୍ସାସରେ ଏକ ମିଥ୍ୟା ହିନ୍ଦୁ ଭଗବାନଙ୍କ ଏକ ମିଥ୍ୟା ମୂର୍ତ୍ତି ରଖିବାକୁ ଦେଉଛୁ। ଆମେ ଏକ ଖ୍ରୀଷ୍ଟିଆନ ରାଷ୍ଟ୍ର!’ । ଟେକ୍ସାସରୁ ପ୍ରତିନିଧିତ୍ୱ କରିବା ପାଇଁ ସିନେଟ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡଙ୍କନ ଏହା ପରେ ଆଉ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ବାଇବଲକୁ ଉଦ୍ଧୃତ କରିଥିଲେ। ସେ କହିଛନ୍ତି, ମୋ ବ୍ୟତୀତ ତୁମର ଅନ୍ୟ କୌଣସି ଦେବତା ରହିବା ଉଚିତ୍ ନୁହେଁ। ତୁମେ ନିଜ ପାଇଁ କୌଣସି ପ୍ରକାରର ମୂର୍ତ୍ତି କିମ୍ବା ସ୍ୱର୍ଗରେ, ପୃଥିବୀରେ କିମ୍ବା ସମୁଦ୍ରରେ ଥିବା କୌଣସି ଜିନିଷର ପ୍ରତିମା ନିର୍ମାଣ କରିବା ଉଚିତ୍ ନୁହେଁ’। ଡଙ୍କନଙ୍କ ପୋଷ୍ଟକୁ ବିରୋଧ କରି ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ ଏବଂ ଭାରତୀୟ-ଆମେରିକୀୟମାନଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ମନ୍ତବ୍ୟକୁ ‘ହିନ୍ଦୁ ବିରୋଧୀ ଏବଂ ଉତ୍ତେଜକ’ ବୋଲି କୁହାଯାଇଛି।

Launching Ceremony of “AYUSHMAN BHARAT

Comments are closed.