ୱାସିଂଟନ୍ : ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ବୈଠକ କରିଥିଲେ। ଆଲାସ୍କାରେ ଦୀର୍ଘ ୩ ଘଣ୍ଟା ଧରି ପୁଟିନ-ଟ୍ରମ୍ପ ବୈଠକ କରିଥିଲେ ହେଁ ଯୁଦ୍ଧ ବନ୍ଦ କରିବାକୁ ସହମତି ହୋଇନାହିଁ। କେବଳ ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏକଥା ପୁଟିନ ଓ ଟ୍ରମ୍ପଙ୍କ ବୈଠକ ପରେ ଦେଇଥିବା ବୟାନରୁ ସଙ୍କେତ ମିଳିଛି। ଏପରି ସଙ୍କେତ ସତ୍ତ୍ୱେ ଟ୍ରମ୍ପଙ୍କୁ ସଂପୂର୍ଣ୍ଣ ଭାବେ ବିଶ୍ୱାସକୁ ନେଇ ପାରୁନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି। ଯଦିଓ ସେ ରୁଷ ସହ ଯୁଦ୍ଧ ଶେଷ କରିବାକୁ ସମସ୍ତ ପ୍ରକାରର ଗଠନମୂଳକ ସହଯୋଗ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି, କିନ୍ତୁ ସେ ଟ୍ରମ୍ପଙ୍କୁ ବାଦ ଦେଇ ୟୁରୋପୀୟ ନେତାଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି। ପୁଟିନ ଗୋଟିଏ ବ୍ୟାପକ ଶାନ୍ତି ଡିଲ୍ ସପକ୍ଷରେ ଥିବା ଟ୍ରମ୍ପ ଫୋନ ଯୋଗେ ଜେଲେନସ୍କିଙ୍କୁ କହିଥିଲେ। ଏହାପରେ ସେ ଟ୍ରମ୍ପଙ୍କ ନିମନ୍ତ୍ରଣକ୍ରମେ ସୋମବାର ୱାଶିଂଟନ ଯିବେ ବୋଲି କହିଛନ୍ତି।
