ସେଲୁଲିଟିସ୍‌

ଏହା ଏକ ବ୍ୟାକେଫରିଆଲ ଇନ୍‌ଫେକସନ୍‌ ଯାହା ଆମ ଚର୍ମର ପୂରା ତଳ ସ୍ତରକୁ ପ୍ରଭାବିତ କରିଥାଏ । ଏହି ସଂକ୍ରମଣ ଆମ ଶରୀରର କୌଣସି ବି ସ୍ଥାନରେ ଦେଖିବାକୁ ମିଳିଥାଏ । ବିଶେଷଭାବେ ବୟସ୍କଙ୍କ କ୍ଷେତ୍ରରେ ଏହା ଗୋଡର ତଳଭାଗର ଚର୍ମକୁ ସଂକ୍ରମିତ କରିଥାଏ । ହେଲେ ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ମୁହଁ ଓ ବେକର ଚର୍ମରେ ଦେଖିବାକୁ ମିଳିଥାଏ । ଏହା ପ୍ରତିବର୍ଷ ଅନେକ ଲୋକଙ୍କୁ ପ୍ରଭାବିତ କରୁଥିବାର ଦେଖିବାକୁ ମିଳିଥାଏ । ଏହା ହେଲେ ଆମ ଚର୍ମରେ ପିଙ୍କ କିମ୍ବା ରେଡ୍‌ କଲରର ପ୍ୟାଚ ଦେଖିବାକୁ ମିଳିଥାଏ, ଯାହା ଉଷୁମ ଲାଗିବ ସହିତ ଟାଣ ମଧ୍ୟ ଲାଗିଥାଏ । ଏହାକୁ ଛୁଇଁଲେ ମଧ୍ୟ ଟାଣ ଲାଗିଥାଏ । ଏହା ଆରମ୍ଭ ହେବା ପାଇଁ ଗୋଟିଏ ଛୋଟ ଖଣ୍ଡିଆ ହିଁ ପର୍ଯ୍ୟାପ୍ତ ହୋଇଥାଏ । ଯେଉଁ ମାନଙ୍କର ରୋଗପ୍ରତିରୋଧକ ଶକ୍ତି କମ ରହିଥାଏ, ସେମାନଙ୍କୁ ଏହା ସହଜରେ ପ୍ରଭାବିତ କରିଥାଏ । ଯେଉଁମାନେ ସୁସ୍ଥ ଥାଆନ୍ତି, ସେମାନଙ୍କ କ୍ଷେତ୍ରରେ ଏହା ସହଜରେ ହୋଇନଥାଏ । ଏହାର ଚିକିତ୍ସା ନହେଲେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ବିପଦ ହୋଇପାରେ । ଏହା ହେବା ଦ୍ୱାରା ଚର୍ମ ଲାଲ ପଡିବା, ଫୁଲିବା, ଦରଜ ହେବା, ଛୁଇଁଲେ ଉଷୁମ ଲାଗିବା, ଜ୍ୱର, ବିଭିନ୍ନ ସ୍ଥାନରେ ଲାଲର ଦାଗ ଦେଖିବାକୁ ମିଳିବା ଆଦି ଲକ୍ଷଣ ଦେଖାଯାଇଥାଏ । ଯଦି ଏଭଳି କିଛି ଲକ୍ଷଣ ଦେଖୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Launching Ceremony of “AYUSHMAN BHARAT

Comments are closed.