ଭୁବନେଶ୍ୱର : ଅଗଷ୍ଟ ୨: କରୋନାରୁ ସୁସ୍ଥ ହୋଇଛନ୍ତି ବିଗ୍ବି ତଥା ବଲିଉଡର ସେହେନ୍ସା ଅମିତାଭ ବଚ୍ଚନ । ରିପୋର୍ଟ ନେଗେଟିଭ ଆସିବା ପରେ ଘରକୁ ଫେରିଛନ୍ତି ସେ । ‘ବିଗ୍ ବି’ଙ୍କ ପୁତ୍ର ଅଭିଷେକ ବଚ୍ଚନ ଏ ସଂପର୍କରେ ଟ୍ୱିଟ୍ ସେୟାର୍ କରି ଲେଖିଛନ୍ତି ସଦ୍ୟତମ କୋଭିଡ୍-୧୯ ପରୀକ୍ଷାରେ ମୋ ବାପା ନେଗେଟିଭ୍ ଆସିଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରୁ ମୁକ୍ତ କରାଯାଇଛି । ସମ୍ପ୍ରତି ସେ ଘରେ ଅବସ୍ଥାନ କରି ବିଶ୍ରାମ ନେବେ । ତାଙ୍କ ପାଇଁ ପ୍ରାର୍ଥନା ଓ ଶୁଭେଚ୍ଛା ଜ୍ଞାପନ କରିଥିବାରୁ ସମସ୍ତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଭଗବାନଙ୍କ ଆର୍ଶିବାଦ, ଆତ୍ମୀୟ, ବନ୍ଧୁପରିଜନ ଓ ପ୍ରଶଂସକଙ୍କ ପ୍ରାର୍ଥନା ଏବଂ ନାନାବତୀର ଚମତ୍କାର ତତ୍ତ୍ୱାବଧାନ ଓ ସେବା ଯୋଗୁଁ ମୁଁ ସୁସ୍ଥ ହେଲି ବୋଲି କହିଛନ୍ତି ବିଗ୍ବି ।

Comments are closed.