ସୁଦାନ ମସ୍‌ଜିଦରେ ଡ୍ରୋନ୍‌ ଆକ୍ରମଣ, ୭୦ ମୃତ

ଏଲ୍‌-ଫାଶେର୍‌: ସୁଦାନର ଉତ୍ତର ଦାରଫୁର୍‌ର ରାଜଧାନୀ ଏଲ୍‌-ଫାଶେର୍‌ରେ ଏକ ମସ୍‌ଜିଦ ଉପରେ ଶୁକ୍ରବାର ପ୍ରଚଣ୍ଡ ଆକ୍ରମଣ ହୋଇଛି। ଏକ ମସ୍‌ଜିଦରେ ନମାଜ ପାଠ ସମୟରେ ହୋଇଥିବା ଆକ୍ରମଣରେ ଅତି କମ୍‌ରେ ୭୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଆକ୍ରମଣ ଆବୁ ଶୌକ ଶରଣାର୍ଥୀ ଶିବିର ନିକଟସ୍ଥ ଦାରାଜା ଓଲା ଅଞ୍ଚଳରେ ଘଟିଛି, ଯେଉଁଠାରେ ହଜାର ହଜାର ବାସହରା ଆଶ୍ରୟ ନେଇଛନ୍ତି। ସୁଦାନର ଅର୍ଦ୍ଧସାମରିକ ବାହିନୀ ରାପିଡ୍‌ ସପୋର୍ଟ ଫୋର୍ସେସ (ଆର୍‌ଏସ୍‌ଏଫ୍‌) ଦ୍ୱାରା ଏହି ଆକ୍ରମଣ କରାଯାଇଛି ଏବଂ ଏହା ଏକ ‘ଭୟଙ୍କର ଅପରାଧ’ ବୋଲି ସ୍ଥାନୀୟ ମାନବାଧିକାର ସଂସ୍ଥା କହିଛି। ଏଭଳି କାର୍ଯ୍ୟ ଅନ୍ତର୍ଜାତୀୟ ମାନବିକ ଆଇନର ଉଲ୍ଲଂଘନ ଏବଂ ଯୁଦ୍ଧ ଅପରାଧ ବୋଲି ଜାତିସଂଘର ମାନବାଧିକାର ସଂଯୋଜକ ଡେନିସ ବ୍ରାଉନ କହିଛନ୍ତି। ସେ ଏହି ଘଟଣାକୁ ନିନ୍ଦା କରିଛନ୍ତି ଏବଂ ଧାର୍ମିକ ସ୍ଥଳକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣ ସଭ୍ୟ ସମାଜ ପାଇଁ କଦାପି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ସେ ଏହାର ସ୍ୱାଧୀନ ତଦନ୍ତ ଓ ଦୋଷୀଙ୍କ ପାଇଁ କଠୋର ଶାସ୍ତି ଦାବି କରିଛନ୍ତି।

Launching Ceremony of “AYUSHMAN BHARAT

Comments are closed.