ସିଓପି-୨୯ ବୈଠକ: ଦ୍ୱୀପ ଦେଶଗୁଡ଼ିକର ଅସ୍ତିତ୍ୱ ସଂକଟରେ

ବାକୁ: ବାକୁରେ ଅନୁଷ୍ଠିତ ସିଓପି-୨୯ରେ କ୍ୟାରିବିଆନ୍ ଓ ପ୍ରଶାନ୍ତ ମହାସାଗରର କ୍ଷୁଦ୍ର ଦ୍ୱୀପରାଷ୍ଟ୍ରଗୁଡ଼ିକ ପ୍ରତି ଗ୍ଲୋବାଲ ୱାର୍ମିଂ ଯୋଗୁଁ ସମୁଦ୍ର ପତ୍ତନ ବୃଦ୍ଧିର ବିପଜ୍ଜନକ ପ୍ରଭାବ ବିଷୟରେ ଚିନ୍ତା ପ୍ରକଟ କରାଯାଇଛି। ବିଶ୍ୱ ପର୍ଯ୍ୟଟନ ଓ ଜୈବବିବିଧତା ପାଇଁ ପ୍ରସିଦ୍ଧ ଏହି ରାଷ୍ଟ୍ରଗୁଡ଼ିକ ଏବେ ଅସ୍ତିତ୍ୱ ସଂକଟର ସମ୍ମୁଖୀନ ହେଉଛନ୍ତି, ଯାହା ସେମାନଙ୍କ ପରିବେଶ, ଅର୍ଥନୀତି ଓ ସଂସ୍କୃତିକୁ ବିପଦରେ ପକାଇଛି। ଗ୍ରେନାଡା ଓ ତୁବାଲୁ ଭଳି ରାଷ୍ଟ୍ରର ପ୍ରତିନିଧିମାନେ ତାପମାତ୍ରା ବୃଦ୍ଧି ଓ ସମୁଦ୍ର ପତ୍ତନ ଦ୍ୱାରା ସୃଷ୍ଟି ହେଉଥିବା ତୁରନ୍ତ ବିପଦ ଉପରେ ଗୁରୁତ୍ୱାରୋପ କରିଥିଲେ। ଗ୍ରେନାଡାର ଜଣେ ପ୍ରତିନିଧି ଜୋହାନ ହୋଶ୍ଚିତିଆଲେକ୍ ଅଭୂତପୂର୍ବ ଜଳବାୟୁ ଘଟଣା ବର୍ଣ୍ଣନା କରି କହିଛନ୍ତି, ଆମେ ଏକ ବର୍ଷ ମଧ୍ୟରେ ବ୍ୟାପକ ମରୁଡ଼ି, ବାତ୍ୟା ଓ ବନ୍ୟା ଅନୁଭବ କରିଛୁ। ଏହି ବିପର୍ଯ୍ୟୟର ବାରମ୍ବାରତା ଓ ତୀବ୍ରତା ନିମ୍ନ ଆୟକାରୀ ଦ୍ୱୀପପୁଞ୍ଜ ପାଇଁ ବିପଜ୍ଜନକ। ସାମୁଦ୍ରିକ ଜୈବବିବିଧତା ପାଇଁ ଗୁରୁତ୍ୱପୂର୍ଣ୍ଣ କୋରାଲ ରିଫ୍‌ (ପ୍ରବାଳ ପ୍ରାଚୀର)କୁ ଉଷ୍ମ ସମୁଦ୍ର ନଷ୍ଟ କରୁଛି ଏବଂ ଅମ୍ଳୀକରଣ ବୃଦ୍ଧି ପାଉଛି। ଦୈନନ୍ଦିନ ଜୀବନ ମଧ୍ୟ ବଦଳିଯାଇଛି; ଆମକୁ ପ୍ରଥମ ଥର ପାଇଁ ଆମ ଘର ଲାଗି ଏୟାର୍ କଣ୍ଡିସନର୍ କିଣିବାକୁ ପଡ଼ିଲା। ନିକଟରେ ନାସାର ଏକ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ତୁବାଲୁ ଓ ଫିଜି ଭଳି ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରଗୁଡ଼ିକରେ ୩୦ ବର୍ଷ ମଧ୍ୟରେ ଅତି କମ୍‌ରେ ୬ ଇଞ୍ଚ ସମୁଦ୍ର ପତ୍ତନ ବୃଦ୍ଧି ପାଇପାରେ। ସେପଟେ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପତ୍ତନ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ପରିବେଶ ଓ ଜୀବିକା ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ବିଶ୍ୱ ପାଣିପାଗ ସଂଗଠନ କହିଛି।

Launching Ceremony of “AYUSHMAN BHARAT

Comments are closed.