ନିକଟରେ ତନୁଶ୍ରୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ସାହାଯ୍ୟ ମାଗୁଥିବାର ଦେଖିବାକୁ ମିଳୁଛି । ଗତ ମଙ୍ଗଳବାର ଦିନ ତନୁଶ୍ରୀ ଏକ ଭିଡିଓ କରି ପୋଲିସ୍କୁ ସହାୟତା ମାଗୁଥିବାର ଦେଖିବାକୁ ମିଳିଛି । ତନୁଶ୍ରୀଙ୍କ ମତରେ ବିଗତ ୪ରୁ୫ ବର୍ଷ ଧରି ତାଙ୍କୁ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦିଆଯାଉଛି । ତନୁଶ୍ରୀ ନିଜର ଅଫିସିଆଲ ଆକାଉଣ୍ଟରୁ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଡେରି ହେବା ଆଗରୁ ତାଙ୍କର ସାହାଯ୍ୟ କରିବାକୁ ସେ ଏଥିରେ ମତ ଦେଇଛନ୍ତି । ସେହିଭଳି ନିଜ ଘରେ ହିଁ ତାଙ୍କୁ ଏହି ନିର୍ଯ୍ୟାତନା ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି । ତନୁଶ୍ରୀ ଖୁବଶୀଘ୍ର ଏନେଇ ପୋଲିସ ଷ୍ଟେସନରେ ଅଭିଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି । ତାଙ୍କର ସାହାଯ୍ୟ ନିତାନ୍ତ ଆବଶ୍ୟକ ବୋଲି ତନୁଶ୍ରୀ ପ୍ରକାଶ କରିଛନ୍ତି । ତାଙ୍କୁ ଘରେ ଶାନ୍ତିରେ ରହିବାକୁ ଦିଆଯାଉନାହିଁ, ବିଭିନ୍ନ ପ୍ରକାର ଉପାୟରେ ସମସ୍ୟାରେ ପକାଯାଉଥିବା ସେ ପ୍ରକାଶ କରିଛନ୍ତି । ସମସ୍ତ ଅଭିଯୋଗକୁ ସେ ନିଜ ଏଫଆଇଆର୍ରେ ଦର୍ଶାଇବେ ବୋଲି ତନୁଶ୍ରୀ ପ୍ରକାଶ କରିଛନ୍ତି ।