ସାରଜା ଷ୍ଟାଡିୟମ ୱେଷ୍ଟ ଷ୍ଟାଣ୍ଡର ନାମ ହେଲା ସଚିନ୍ ତେନ୍ଦୁଲକର ଷ୍ଟାଣ୍ଡ

ସାରଜା: ଭାରତୀୟ କିଂବଦନ୍ତି କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ୫୦ତମ ଜନ୍ମଦିନ ଅବସରରେ ସାରଜା ଷ୍ଟାଡିୟମ୍ ପକ୍ଷରୁ ଏହାର ୱେଷ୍ଟ ଷ୍ଟାଣ୍ଡକୁ ତାଙ୍କ ନାମରେ ନାମିତ କରାଯାଇଛି। ୟୁଏଇସ୍ଥିତ ଏହି ଷ୍ଟାଡିୟମ୍ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ବେଳେ ସେଠାରେ ୱେଷ୍ଟ ଷ୍ଟାଣ୍ଡକୁ ସଚିନ୍ ତେନ୍ଦୁଲକର ଷ୍ଟାଣ୍ଡ ନାମରେ ଘୋଷଣା କରାଯାଇଥିଲା। ଏହି ଷ୍ଟାଡିୟମ୍ରେ ୧୯୯୮ ଏପ୍ରିଲ୍ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ୍ ୧୪୩ ରନ୍ର ବିସ୍ଫୋରକ ପାଳି ଖେଳିଥିଲେ। ସଚିନ୍ଙ୍କ ବିସ୍ଫୋରକ ଖେଳକୁ ସେ ସମୟରେ ‘ମରୁ ଝଡ଼’ର ଆଖ୍ୟା ଦିଆଯାଇଥିଲା। ଏହି ପାଳି ଦ୍ବାରା ଭାରତ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଫାଇନାଲ୍ରେ ପ୍ରବେଶ କରିଥିଲା ଏବଂ ଜନ୍ମଦିନରେ ହୋଇଥିବା ଫାଇନାଲ୍ରେ ସଚିନ୍ ଶତକୀୟ ପାଳି ଖେଳି ଭାରତକୁ ୬ ୱିକେଟ୍ରେ ଜିତାଇଥିଲେ।

Launching Ceremony of “AYUSHMAN BHARAT

Comments are closed.