ସାଉଥ୍ ଅଭିନେତ୍ରୀ ସାମନ୍ଥା ଗତ କିଛିଦିନ ହେବ ନିଜ ଲଭ ଲାଇଫ୍କୁ ନେଇ ଖୁବ ଚର୍ଚ୍ଚାରେ ରହୁଛନ୍ତି । ନାଗା ଚୈତନଙ୍କ ସହିତ ବିବାହ ବିଚ୍ଛେଦ ପରେ ଅନେକ ଦିନ ସେ ସିଙ୍ଗଲ ଲାଇଫ୍ ବିତାଇଥିଲେ । ହେଲେ ବର୍ତ୍ତମାନ ତାଙ୍କ ଲାଇଫ୍ରେ କେହି ଜଣେ ଏଣ୍ଟ୍ରି କରିଥିବାନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସାମନ୍ଥା ବର୍ତ୍ତମାନ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ସହିତ ରିଲେସନସିପରେ ଥିବାନେଇ ଆଲୋଚନା ହେଉଛି । ସେହିଭଳି ନିକଟରେ ସାମନ୍ଥାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଦୁବାଇରେ ସାମନ୍ଥା ଜଣେ ମିଷ୍ଟ୍ରିମ୍ୟାନଙ୍କ ହାତ ଧରିଥିବା ଦେଖିବାକୁ ମିଳିଛି । ଏହି ବ୍ୟକ୍ତି ଜଣଙ୍କ ଅନ୍ୟକେହି ନୁହେଁ ବରଂ ରାଜ ନିଦିମାରୁ ବୋଲି ଫ୍ୟାନମାନେ ଆକଳନ କରୁଛନ୍ତି । ସେହିଭଳି ନିର୍ଦ୍ଦେଶକଙ୍କ ପୂର୍ବତନ ପନିୀଙ୍କର ମଧ୍ୟ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ତାଙ୍କ ପୂର୍ବତନ ସ୍ୱାମୀଙ୍କ ଉଦ୍ଦେଶ୍ୟରେ କରିଥିବାନେଇ ଚର୍ଚ୍ଚା ହେଉଛି । ସାମନ୍ଥା ଓ ରାଜ ଦି ଫ୍ୟାମିଲି ମ୍ୟାନ ଓ ସିଟାଡେଲ ଭଳି ପ୍ରୋଜେକଫରେ ଏକାଠି କାମ କରିଥିଲେ । ଯେଉଁଠାରୁ ଉଭୟଙ୍କ ଭିତରେ ସମ୍ପର୍କ ଗଢିଉଠିଥିବାନେଇ ଆଲୋଚନା ହେଉଛି ।
