ସାନଭାଇର ପରକୀୟା ପ୍ରୀତି ପାଇଁ ବଡ଼ ଭାଇକୁ ଜିଅନ୍ତା ଜାଳିଦେଲେ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଆଜି ଏକ ଅଭାବବନୀୟ ଘଟଣା ଘଟିଛି। ସାନଭାଇର ପରକୀୟା ପ୍ରୀତି ପାଇଁ ବଡ଼ ଭାଇକୁ କିଛି ଲୋକ ଜିଅନ୍ତା ଜାଳି ଦେଇଛନ୍ତି। ମୃତକଙ୍କ ନାମ ନାଗରାଜୁ। ତାଙ୍କ ସାନ ଭାଇଙ୍କ ନାମ ପୁରୁଷୋତ୍ତମ। ସେମାନେ ଆନ୍ଧ୍ରପ୍ରଦେଶ କୋନାସୀମା ଜିଲ୍ଲା ଅଧୀନସ୍ଥ ରାମଚନ୍ଦ୍ରପୁରମ ମଣ୍ଡଳ ବାସିନ୍ଦା। ପୁରୁଷୋତ୍ତମ ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖିଥିଲେ। ଉକ୍ତ ମହିଳାଙ୍କ ନାମ ରିପୁନଜୟା। ମହିଳାଙ୍କ ପରିବାର ସଦସ୍ୟ ସେମାନଙ୍କ ସମ୍ପର୍କକୁ ବିରୋଧ କରୁଥିଲେ। ସେମାନେ ପୁରୁଷୋତ୍ତମଙ୍କ ବଡ଼ ଭାଇ ନାଗରାଜୁଙ୍କୁ କଥାବାର୍ତ୍ତା ପାଇଁ ଡାକିଥିଲେ। ମହିଳାଙ୍କ ପରିବାର ସଦସ୍ୟ ଏବଂ ନାଗରାଜୁ ଏକ ଅଜଣା ସ୍ଥାନକୁ ଯାଉଥିବାବେଳେ ବାଟରେ ନାଗରାଜୁଙ୍କ ଉପରେ ମହିଳାଙ୍କ ପରିବାର ସଦସ୍ୟ ଆକ୍ରମଣ କରିଥିଲେ। ସେମାନେ ନାଗରାଜୁଙ୍କୁ କାରରେ ଏକ ଦଉଡ଼ିରେ ବାନ୍ଧି ଦେଇ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

Launching Ceremony of “AYUSHMAN BHARAT

Comments are closed.