ସବୁ ଶ୍ରେୟ ବାପାଙ୍କର

ନିକଟରେ ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ନିଜର ୩୦ ବର୍ଷର ଅଭିନୟ ଜୀବନରେ ପ୍ରଥମଥର ପାଇଁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ଯାହାପରେ ତାଙ୍କର ଅନେକ ଷ୍ଟେଟମେଣ୍ଟ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟୁଛି । ନିଜର ଏହି ସଫଳତାର ଶ୍ରେୟ ସେ ନିଜ ବାପାଙ୍କୁ ଦେଇଛନ୍ତି । ପ୍ରଥମଥର ପାଇଁ ରାଷ୍ଟ୍ରୀୟ ପୁରସ୍କାର ପାଇବାପରେ ରାଣୀ ବେଶ ଭାବପ୍ରବଣ ହୋଇଥିଲେ ଏବଂ ନିଜ ବାପାଙ୍କୁ ମନେ ପକାଇଥିଲେ । ସେ ନିଜର ପୁରସ୍କାର ସ୍ୱର୍ଗୀୟ ବାପାଙ୍କୁ ଉତ୍ସର୍ଗ କରିଥିଲେ । ତାଙ୍କ ବାପାଙ୍କର ସବୁବେଳେ ଇଚ୍ଛା ଥିଲା କି ସେ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ ହୁଅନ୍ତୁ, ଯାହା ସତ ହୋଇଛି । ବାପା ଯେଉଁଠି ବି ଥିଲେ ଆଜି ଖୁବ ଖୁସି ହେଉଥିବେ ବୋଲି ରାଣୀ ମତ ଦେଇଛନ୍ତି । ସେହିଭଳି ଏହି ପୁରସ୍କାରକୁ ସେ ନିଜର ଫ୍ୟାନଙ୍କୁ ଉତ୍ସର୍ଗ କରିଛନ୍ତି, ଯେଉଁମାନଙ୍କ କାରଣରୁ ସେ ସଫଳ ହୋଇଛନ୍ତି । ସେ ଦର୍ଶକଙ୍କୁ ହୃଦୟରୁ ଧନ୍ୟବାଦ ଦେବା ସହ ନିଜର ୩୦ ବର୍ଷର କ୍ୟାରିୟରର ଶ୍ରେୟ ଦେଇଛନ୍ତି । ସମସ୍ତଙ୍କ ସହଯୋଗ ଓ ଭଲପାଇବା କାରଣରୁ ସେ ଏହି ସଫଳତା ପାଇଛନ୍ତି ବୋଲି ରାଣୀ ପ୍ରକାଶ କରିଛନ୍ତି । ରାଣୀଙ୍କ ସମେତ ଏଥିରେ ଶାହରୁଖ ଖାନଙ୍କୁ (ଯବାନ ଚଳଚ୍ଚିତ୍ର ପାଇଁ ) ମଧ୍ୟ ପ୍ରଥମଥର ପାଇଁ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରାଯାଇଛି । ବିକ୍ରାନ୍ତ ମେସିଙ୍କୁ ମଧ୍ୟ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରାଯାଇଛି । ଏହାସହିତ ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶିତ ପୁଷ୍କରାକୁ ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଏବଂ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ଦ ସି ଆଣ୍ଡ ସେଭେନ୍‌ ଭିଲେଜେସ୍‌ କୁ ଅଣଫିଚର ଫିଲ୍ମର ସ୍ୱତନ୍ତ୍ର ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । ଏହାସହ ଅଭିନେତା ମୋହନଲାଲଙ୍କୁ ସମ୍ମାନଜନକ ଦାଦାସାହେବ ପୁରସ୍କାର ପ୍ରଦାନ କରାଯାଇଛି । ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିବା ସହିତ ଭାରତୀୟ ସିନେମାକୁନେଇ ନିଜର ମତ ବ୍ୟକ୍ତ କରିଥିଲେ । ଭାରତର ସିନମା ଗଣତନ୍ତ୍ରର ସାର ଏବଂ ଭାରତର ବିବିଧତାକୁ ପ୍ରତିଫଳିତ କରିଥାଏ ବୋଲି ଶ୍ରୀମତୀ ମୁର୍ମୁ ମତ ପ୍ରକାଶ କରିଥିଲେ ।

Launching Ceremony of “AYUSHMAN BHARAT

Comments are closed.