ପାଟନା: ଆଗାମୀ ବିହାର ବିଧାନସଭା ନିର୍ବାଚନରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ସମସ୍ତ ୨୪୩ ବିଧାନସଭା ଆସନରେ ପ୍ରାର୍ଥୀ ଦେବ। ଏହାଦ୍ବାରା ବିହାରରେ ଜେଡିୟୁ-ବିଜେପି ମେଣ୍ଟ, ମହାଗଠନବନ୍ଧନ ଏବଂ ଜନ ସୁରଜ ପାର୍ଟି ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ହେବ। ସୋମବାର ଜନ ସୁରଜ ପାର୍ଟି ପାଟନାରେ ଏହାର ପ୍ରଥମ ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ କରିଥିଲା। ଦଳ ପର୍ଯ୍ୟାୟକ୍ରମେ ଏହାର ପ୍ରାର୍ଥୀ ଘୋଷଣା କରିବ। ପ୍ରଥମେ ଜନ ସୁରାଜ ପାର୍ଟି ୪୦ଟି ସଂରକ୍ଷିତ ନିର୍ବାଚନମଣ୍ଡଳୀରେ ଏହାର ପ୍ରାର୍ଥୀ ଘୋଷଣା କରିବ। ଏହାବାଦ୍ ବୈଠକରେ ଦଳର ସାଂଗଠନିକ ସ୍ଥିତି ସୁଦୃଢ଼ କରିବା ଉପରେ ଫୋକସ୍ କରାଯାଇଛି। ବରିଷ୍ଠ ଆଇନଜୀବୀ ବସନ୍ତ ଚୌଧାରୀ ନିର୍ବାଚନ ଇସ୍ତାହାର କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।

Comments are closed.