ଅଗଷ୍ଟ ୧୮: ୩୬୫ ପୋଲିସ କେସ୍ର ସମାଧାନ କରିଥିବା ମହାରାଷ୍ଟ୍ର ପୋଲିସର ପ୍ରସିଦ୍ଧ ସନ୍ଧାନୀ କୁକୁର ରକି ମରିଯାଇଛି । ପୋଲିସ ପକ୍ଷରୁ ତା ଶବାଧାରରେ ଫୁଲମାଳ ଚଢ଼ାଇବା ସହ ଅନ୍ତିମ ବିଦାୟ ଦିଆଯାଇଛି । ରକି ସମସ୍ତ ପୋଲିସ କର୍ମଚାରୀଙ୍କର ଅତିପ୍ରିୟ ଥିଲା । ବିଡ୍ ଜିଲ୍ଲା ପୋଲିସ ଟ୍ୱିଟ୍ କରି ରକିର ମୃତ୍ୟୁ ଖବର ଦେଇଛି । ରକି ଦୀର୍ଘଦିନ ହେବ ରୋଗରେ ପୀଡ଼ିତ ଥିଲା । ଟ୍ୱିଟ୍ ସହ ରକିର ଏକ ଫଟୋ ସେୟାର କରାଯାଇଛି ।
ପୋଲିସର ଡଗ୍ ସ୍କ୍ୱାଡ୍ ଟିମ୍ରେ କିଛି କୁକୁରଙ୍କୁ ବିଶେଷ ଟ୍ରେନିଂ ଦିଆଯାଇଥାଏ । ଟ୍ରେନିଂ ପାଇଥିବା କୁକୁରମାନେ ଡ୍ରଗ୍ସ ଓ ବୋମା ଚିହ୍ନଟ କରିବା ସହ ପ୍ରମାଣ ଓ ଅପରାଧୀଙ୍କୁ ଖୋଜିବାରେ ପୋଲିସକୁ ସାହାଯ୍ୟ କରିଥାନ୍ତି । ଏ ଦିଗରେ ରକି ଥିଲା ବେଶ୍ ପାରଙ୍ଗମ ।

Comments are closed.