ସତୀଶ କୌଶିକ ମୃତ୍ୟୁ ଘଟଣାକୁ ନେଇ ମହିଳାଙ୍କ ସଂଗୀନ ଅଭିଯୋଗ

ମୁମ୍ବାଇ : ହୋଲି ପରଦିନ ବର୍ଷିଆନ ବଲିଉଡ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ ହୋଇଛି I ହୃଦଘାତ ଯୋଗୁଁ ସତୀଶ ଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଥିଲା I ସତୀଶ ଦିଲ୍ଲୀସ୍ଥିତ ତାଙ୍କ ବନ୍ଧୁଙ୍କ ବାସଭବନରେ ଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା । ଏହାପରେ ତାଙ୍କୁ ଦିଲ୍ଲୀସ୍ଥିତ ଫୋଟିସ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା I ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I

ଏହି ଘଟଣାରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାଦିନ ସତୀଶ ତାଙ୍କ ବନ୍ଧୁ ବିକାଶ ମଲୁଙ୍କ ଦିଲ୍ଲୀସ୍ଥିତ ଫାର୍ମ ହାଉସରେ ହୋଲି ଉତ୍ସବ ମନାଇଥିଲେ I ବର୍ତ୍ତମାନ ଦିଲ୍ଲୀ ପୋଲିସକୁ ଉକ୍ତ ଫାର୍ମ ହାଉସରୁ ମିଳିଛି ଆପତ୍ତିଜନକ ଔଷଧ । ପ୍ରଥମେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ତାଙ୍କୁ ଷଡ଼ଯନ୍ତ୍ର କରି ମାରି ଦିଆଯାଇଥିବା କଥା ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ସତୀଶଙ୍କୁ ଯେଉଁମାନେ ହସପିଟାଲକୁ ଆଣିଥିଲେ, ପୋଲିସ ସେମାନଙ୍କୁ ପଚରାଉଚରା କରିଛି। ତେବେ ୧୫ କୋଟି ଟଙ୍କା ପାଇଁ ସତୀଶଙ୍କୁ ହତ୍ୟା କରାଯାଇଛି ବୋଲି ଦିଲ୍ଲୀ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଦାୟର ହୋଇଛି । ସତୀଶଙ୍କୁ କିଛି ମେଡିସିନ ଦିଆଯାଇ ହତ୍ୟା କରାଯାଇଥିବା ଜଣେ ମହିଳା ଦାବି କରିଛନ୍ତି । ଘଟଣାରେ ଫାର୍ମହାଉସ ମାଲିକ ବିକାଶ ମଲୁଙ୍କ ଦ୍ଵିତୀୟ ପତ୍ନୀ ତାଙ୍କ ସ୍ୱାମୀଙ୍କ ସମ୍ପୃକ୍ତି ନେଇ ଗୁରୁତର ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି। ବିକାଶ ମଲୁଙ୍କ ଦ୍ଵିତୀୟ ପତ୍ନୀକୁ ଖୁବ ଶୀଘ୍ର ଜେରା କରାଯିବ ବୋଲି ପୁଲିସ କହିଛି।

ବିକାଶ ମଲୁର ଦ୍ଵିତୀୟ ପତ୍ନୀ ସାନଭୀ କହିଛନ୍ତି, ସତୀଶଙ୍କ ମୃତ୍ୟୁ ପରେ ସେ ଥାନାରେ ଏତଲା ଦାୟର କରିଛନ୍ତି। ସତୀଶ ତାଙ୍କ ସ୍ୱାମୀଙ୍କ ଫାର୍ମହାଉସରେ ପାର୍ଟିରେ ଯୋଗ ଦେଇଥିଲେ ଓ ସେଠାରେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇଥିଲା। ସେହି ଫାର୍ମହାଉସରୁ ମଧ୍ୟ କିଛି ଆପତ୍ତିଜନକ ଔଷଧ ମିଳିଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ସତୀଶ ଏବଂ ତାଙ୍କ ସ୍ୱାମୀ ବିକାଶଙ୍କ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଥିଲା। କିନ୍ତୁ ୨୦୨୨ ଅଗଷ୍ଟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ସେ କହିଛନ୍ତି, ତାଙ୍କ ସ୍ୱାମୀ ସତୀଶଙ୍କ ଠାରୁ ଆଣିଥିବା ୧୫ କୋଟି ଟଙ୍କା ଫେରସ୍ତ ନ କରିବା ନେଇ ଝଗଡା ହୋଇଥିଲା। ତାଙ୍କ ସ୍ୱାମୀ ଦୁବାଇରେ ନିବେଶ କରିବା ଉଦ୍ଦେଶ୍ୟରେ ସତୀଶଙ୍କ ଠାରୁ ଏହି ଅର୍ଥ ଉଧାର ନେଇଥିଲେ । ଗତବର୍ଷ ଅଗଷ୍ଟ ୨୩ରେ କୌଶିକ ଦୁବାଇରେ ତାଙ୍କ ଘରକୁ ଯାଇଥିଲେ ଓ ତାଙ୍କ ସ୍ୱାମୀଙ୍କୁ ୧୫ କୋଟି ମାଗିଥିଲେ । ମାତ୍ର ତାଙ୍କ ସ୍ୱାମୀ ବିକାଶ ମଲୁ ଉକ୍ତ ଅର୍ଥ ସତୀଶଙ୍କୁ ଫେରାଇବାକୁ ଚାହୁଁ ନଥିଲେ ।

ସେ ପୂର୍ବରୁ ବିକାଶଙ୍କ ବିରୋଧରେ ଦାୟର କରିଥିବା ଏତଲା ସମ୍ପର୍କରେ କହିଛନ୍ତି ଯେ ବିକାଶ ପ୍ରଥମେ ତାଙ୍କୁ ବଳାତ୍କାର କରିବା ପରେ ବଳପୂର୍ବକ ବିବାହ କରିଥିଲା କିନ୍ତୁ ବିବାହ ପରେ ବିକାଶର ପ୍ରଥମ ପତ୍ନୀର ପୁଅ ମଧ୍ୟ ତାଙ୍କୁ ବଳାତ୍କାର କରିଥିଲା। ପ୍ରକୃତରେ ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ବିକାଶ ମାଲୁଙ୍କ ଦ୍ୱିତୀୟ ପତ୍ନୀ ସାନଭୀଙ୍କ ଅଭିଯୋଗ ପରେ ଏହା ନୂୂଆ ମୋଡ ନେଇଛି।

Launching Ceremony of “AYUSHMAN BHARAT

Comments are closed.