ଶ୍ରାଦ୍ଧ ଦିବସ…… ନବକୃଷ୍ଣ ଚୌଧୁରୀ

ଓଡ଼ିଶାରେ ୧୯୦୧ ନଭେମ୍ବର ୨୩ରେ ଜନ୍ମିତ ନବକୃଷ୍ଣ ଚୌଧୁରୀଙ୍କର ଜଣେ ରାଜନେତା, ସ୍ୱାଧୀନତା ସଂଗ୍ରାମୀ ଓ ଲେଖକ ଭାବେ ରହିଛି ଅନନ୍ୟ କ୍ଷାତି । ସେ ୧୨ ମଇ ୧୯୫୦ଠାରୁ ୧୯ ଅକେଫାବର ୧୯୫୬ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ନବକୃଷ୍ଣ ଚୌଧୁରୀ ଜଗତସିଂହପୁର ଜିଲ୍ଲାର ଖେରସା ଗାଁରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଗୋକୁଳାନନ୍ଦ ଚୌଧୁରୀ ପେଶଆରେ ଜଣେ ଓକିଲ । ନବକୃଷ୍ଣ ପ୍ୟାରୀମୋହନ ଏକାଡେମିରୁ ୧୪ ବର୍ଷ ବୟସରେ ଶିକ୍ଷା ସମାପନ କରିଥିଲେ । ନବକୃଷ୍ଣ ଶୈଶବରେ ଖେଳ-କସରତ ପ୍ରିୟ ଥିଲେ, ଆଉ ପିତା ତାଙ୍କୁ ଏହି ଦିଗରେ ଉତ୍ସାହିତ କରୁଥିଲେ । ଏଥିପାଇଁ ସ୍ୱତନ୍ତ୍ର ଭାବେ ତାଲିମ ଦେବା ନିମନ୍ତେ ଜଣେ ପ୍ରଶିକ୍ଷକଙ୍କୁ ନିଯୁକ୍ତ ମଧ୍ୟ କରିଥିଲେ । ପରେ ପାଠ ପଢ଼ିବା ପାଇଁ ତାଙ୍କ ଆଗ୍ରହ ଦେଖି ତାଙ୍କୁ କଟକସ୍ଥିତ ପ୍ୟାରୀମୋହନ ଏକାଡେମୀରେ ଭର୍ତ୍ତିକରାଇଥିଲେ । ହାଇସ୍କୁଲ ପରୀକ୍ଷାରେ କୃତ୍ତିତ୍ୱର ସହ ଉର୍ତ୍ତିଣ୍ଣ ହୋଇ ଉଚ୍ଚ ଶିକ୍ଷା ପାଇଁ ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ । ହେଲେ ପରାଧୀନ ଭାରତର ଦୁରବସ୍ଥା ତାଙ୍କୁ ସର୍ବଦା ବିଚଳିତ କରୁଥିଲା ଏବଂ ଅଧାରୁ ପାଠପଢ଼ା ଛାଡି ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଲେ । ସାବରମତୀ ଆଶ୍ରମରେ ଦଶମାସର ରହଣି ତାଙ୍କୁ ସଚ୍ଚୋଟ ଲୋକସେବକ ହେବାରେ ସାହାଯ୍ୟ କରିଥିଲା ଏବଂ ଓଡ଼ିଶା ଫେରି ଆସି ସାଧାରଣ ଲୋକଙ୍କ ବିକାଶ କାର୍ଯ୍ୟରେ ଲାଗିଥିଲେ । ଅଧାରୁ ଛାଡିଥିବା ଉଚ୍ଚଶିକ୍ଷା ସମାପନ ପାଇଁ ସେ ଶାନ୍ତି ନିକେତନ ଯାଇଥିଲେ । ସେଠାରେ ତାଙ୍କ ମାଳତୀ ସେନଙ୍କ ସହ ପରିଚୟ ହୋଇଥିଲା ଯାହାଙ୍କୁ ସେ ପରେ ବିବାହ କରିଥିଲେ । ଉଭୟ ସବୁବେଳେ ସାଧାରଣ ଲୋକଙ୍କ ସହ ମିଶି କୃଷି କାର୍ଯ୍ୟ କରୁଥିଲେ, ଶିକ୍ଷା ଦେଉଥିଲେ, ସ୍କୁଲ ଚଳଉଥିଲେ ।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ହେଇଥିବା ନିର୍ବାଚନରେ ସେ ତିର୍ତ୍ତୋଲ-ଏରସମା ଆସନରୁ ଲଢି ବିଜୟୀ ହୋଇଥିଲେ । ସେହିପରି ଭାରତ ସ୍ୱାଧୀନତା ପରେ କେନ୍ଦ୍ରାପଡ଼ା ଆସନରୁ ବିଜୟୀ ହୋଇ ରାଜସ୍ୱମନ୍ତ୍ରୀ ହୋଇଥିଲେ । ଏକ ମାତ୍ର ପୁତ୍ର ବିନାୟକଙ୍କ ମୃତ୍ୟୁ ତାଙ୍କୁ ବ୍ୟଥିତ କରିବାରୁ ସେ ସରକାରରୁ ଇସ୍ତଫା ଦେଇ ଜନସେବାରେ ବ୍ରତୀ ହୋଇଥିଲେ । ପରେ ନେହେରୁଙ୍କ ଉଦ୍ୟମରେ ରାଜ୍ୟର ଶାସନ ଭାର ସମ୍ଭାଳି ଥିଲେ । ନବକୃଷ୍ଣଙ୍କ ଶାସନ କାଳରେ ହୀରାକୁଦ ବନ୍ଧ, ଓଡ଼ିଶା କୃଷି ଓ ପଶୁ ଚିକିତ୍ସା ମହାବିଦ୍ୟାଳୟ ଏବଂ ବୁର୍ଲା ବୈଷୟିକ ମହାବିଦ୍ୟାଳୟ ଆଦି ସ୍ଥାପିତ ହୋଇଥିଲା । ତାଙ୍କ ଉଦ୍ୟମରେ ଓଡ଼ିଆ ଭାଷା ସରକାରୀ ଭାଷାରେ ପରିଣତ ହୋଇଥିଲା । ଏଭଳି ତାଙ୍କର ଅନେକ କାର୍ଯ୍ୟ ରହିଛି ଯାହା ଆଜି ବି ତାଙ୍କୁ ଅମର କରି ରଖିଛି । ତେବେ ଏହି ମହାନ୍‌ ସଂଗ୍ରାମୀଙ୍କର ୧୯୮୪ ଜୁନ ୨୪ରେ ଦେହାନ୍ତ ଘଟିଥିଲା । ଏଭଳି ଜଣେ ମହାନ୍‌ ଲୋକଙ୍କର ମୃତ୍ୟୁରେ ସାରା ରାଜ୍ୟ ଶୋକରେ ବୁଡି ଯାଇଥିଲା । ତାଙ୍କର ଓଡିଶା ପାଇଁ ଥିବା ଅବଦାନ ପାଇଁ ଆଜି ବି ସେ ଓଡ଼ିଶାବାସୀଙ୍କ ମନରେ ସ୍ୱତନ୍ତ୍ରସ୍ଥାନ ରଖିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.