ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି , ଗୋଦାବରୀଶ ମିଶ୍ର

0

ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଭାବେ ତାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟର ସମସ୍ତଙ୍କର ପ୍ରିୟ ଶିକ୍ଷକ ଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ ବାଣପୁରର ଶ୍ରୀନିବାସପୁର ଶାସନରେ ୨୬ ଅକେଫାବର ୧୮୮୬ରେ ସେ ଜନ୍ମଗ୍ରହଣ କରିଥିଲେ । ସେ ଗୋପବନ୍ଧୁଙ୍କଦ୍ୱାରା ଅନୁପ୍ରାଣିତ ହୋଇ ଦେଶ ସେବାରେ ମନ ଦେଇଥିଲେ । ଓଡ଼ିଆ ସାହିତ୍ୟରେ ସେ ପ୍ରଥମ ଗାଥା କବିତାର ଜନକ ଭାବେ ବିବେଚିତ ହୋଇଥାନ୍ତି । ସେ ଘଟାନ୍ତର, ଅଭାଗିନୀ, ଅଠର ଶହ ସତର ଓ ନିବାସିତ ଆଦି ଉପନ୍ୟାସର ସ୍ରଷ୍ଟା । ତାଙ୍କର ଅଭାଗିନୀ ଉପନ୍ୟାସ ୧୯୧୨ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ତାଙ୍କର ଅନ୍ୟ ଉପନ୍ୟାସଗୁଡ଼ିକ ୧୯୪୦ ମସିହାରୁ ୧୯୫୧ ମଧ୍ୟରେ ପ୍ରକାଶ ପାଇଥିଲା । ତାଙ୍କ ଆତ୍ମଚରିତ “ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ’ ପାଇଁ ତାଙ୍କୁ ୧୯୬୧ ମସିହାରେ ମରଣୋତ୍ତର ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ମହାନ କବି ତଥା ଔପନ୍ୟାସିକଙ୍କର ୨୬ ଜୁଲାଇ ୧୯୫୬ରେ ମହାପ୍ରୟାଣ ଘଟିଥିଲା । ତାଙ୍କ ମୃତ୍ୟୁରେ ଓଡ଼ିଶାରେ ସୃଷ୍ଟି ହୋଇଥିଲା ଏକ ଅପୂରଣୀୟ କ୍ଷତି ।

Leave A Reply

Your email address will not be published.