ଫ୍ୟାଟି ଲିଭର ବର୍ତ୍ତମାନ କେବଳ ବଡମାନଙ୍କର ସମସ୍ୟା ହୋଇ ରହି ନାହିଁ । ଏହା ବର୍ତ୍ତମାନ ଶିଶୁଙ୍କୁ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଶିଶୁଙ୍କ କ୍ଷେତ୍ରରେ ନନ୍ ଆେáାହୋଲିକ ଫ୍ୟାଟି ଲିଭର ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ଏହାର ଚିକିତ୍ସା ନହେଲେ ଏହା ଯକୃତକୁ ପ୍ରଭାବିତ କରିପାରେ ବୋଲି ଜଣା ପଡିଛି । ତେବେ ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ଜୀବନଶୈଳୀ ଜନିତ ହୋଇପାରେ । କିଛି କ୍ଷେତ୍ରରେ ଏହା ଜେନେଟିକ୍ ମଧ୍ୟ ହୋଇଥାଏ । ଛୋଟ ପିଲାଙ୍କ କ୍ଷେତ୍ରରେ ଅତ୍ୟଧିକ ଓଜନ ଏହାର ପ୍ରାଥମିକ କାରଣ ପାଲଟୁଛି । ଚର୍ବି କେବଳ ଯେ ବାହାରେ ଯମୁଛି ତାହା ନୁହେଁ ଏହା ଆମର ଯକୃତରେ ମଧ୍ୟ ଯମିବାରେ ଲାଗିଥାଏ । ପ୍ରାୟତଃ ପିଲାମାନେ ବର୍ତ୍ତମାନ ଅଧିକ ଜଙ୍କଫୁଡ ଖାଉଛନ୍ତି, ଯେପରି ତାଙ୍କର ଡାଏଟରେ ବିଭିନ୍ନ ଥଣ୍ଡା ପାନୀୟ, ଫାଷ୍ଟ ଫୁଡ ସାମିଲ କରୁଛନ୍ତି । ଏହାସହିତ ବର୍ତ୍ତମାନ ଆମ ଲାଇଫ୍ଷ୍ଟାଇଲରେ ବ୍ୟାୟାମ ପୁରା ଶୂନ୍ୟ ହୋଇଯାଇଛି । ଯେଉଁ କାରଣରୁ ଫ୍ୟାଟି ଲିଭରର ମାତ୍ରା ବଢି ଚାଲିଛି । ଛୁଆମାନେ ଖେଳିବା ଯେପରି ଭୁଲିଯାଇଛନ୍ତି । ସବୁବେଳେ ମୋବାଇଲ କିମ୍ବା ଲାପଟପ ଦେଖିବାରେ ସମୟ ବିତାଉଛନ୍ତି, ତେଣୁ ଏହା ତାଙ୍କର ମେଦମହୁଳତା, ଫ୍ୟାଟିଲିଭର ଭଳି ଅନେକ ସମସ୍ୟାର କାରଣ ସାଜୁଛି ।

Comments are closed.