ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ

0

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ବଢ଼ିଯାଇଛି। ମୁମ୍ବାଇ ପୁଲିସ ଶିଳ୍ପା ଓ ରାଜ୍‌ଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ ଜାରି କରିଛି। ଦୁହିଁଙ୍କ ଉପରେ ୬୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି। ଦମ୍ପତିଙ୍କ ବାରମ୍ବାର ବିଦେଶ ଗସ୍ତକୁ ନେଇ ମୁମ୍ବାଇ ପୁଲିସର ଆର୍ଥିକ ଅପରାଧ ଶାଖା ଏହି ଲୁକ୍ ଆଉଟ୍ ନୋଟିସ ଜାରି କରିଛି। ଉଲ୍ଲେଖଯୋଗ୍ୟ ଯେ ଅଭିଯୋଗକାରୀ ‌ଦୀପକ କୋଠାରୀ କହିଛନ୍ତି, ୨୦୧୫ରୁ ୨୦୨୩ ମଧ୍ୟରେ ଶିଳ୍ପା ଓ ରାଜ ବ୍ୟବସାୟ ବଢ଼ାଇବା ନାଁରେ ୬୦ କୋଟି ଟଙ୍କା ନେଇଥିଲେ। ଏହି ଅର୍ଥ ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡ କମ୍ପାନି ନାଁରେ ନେଇଥିଲେ। ପ୍ରାରମ୍ଭିକ ସମୟରେ ଏହାକୁ ଋଣ କହି ଟଙ୍କା ମାଗିଥିଲେ। ପରେ ଟିକସରୁ ବଞ୍ଚିବାକୁ ନିବେଶ ନାଁ ଦେଇଥିଲେ। କୋଠାରୀ କହିଛନ୍ତି, ଯଥାସମୟରେ ବାର୍ଷିକ ୧୨% ସୁଧ ହାରରେ ଟଙ୍କା ଫେରସ୍ତ ପାଇଁ ଦମ୍ପତି ରାଜି ହୋଇଥିଲେ। ଦୁଇଟି କିସ୍ତିରେ ସେମାନେ ଟଙ୍କା ନେଇଥିଲେ। ୨୦୧୫ ଏପ୍ରିଲରେ ସେୟାର ସବ୍‌ସ୍କ୍ରିପ୍ସନ ଚୁକ୍ତିରେ ୩୧.୯୫ କୋଟି ଟଙ୍କା ଏବଂ ସେହିବର୍ଷ ସେପ୍ଟେମ୍ବରରେ ଆଉ ଏକ ଚୁକ୍ତିନାମା ଆଧାରରେ ୨୮.୫୩ କୋଟି ଟଙ୍କା ନେଇଥିଲେ। ଏହି ଟଙ୍କା କମ୍ପାନିର ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଆକାଉଣ୍ଟକୁ ଦିଆଯାଇଥିଲା। କିନ୍ତୁ ସେମାନେ କମ୍ପାନି ନାଁରେ ଟଙ୍କା ନେଇ ନିଜ ବ୍ୟକ୍ତିଗତ ଖର୍ଚ୍ଚରେ ଲଗାଇଥିଲେ। କମ୍ପାନି ଏବେ ବନ୍ଦ ହୋଇଯାଇଥିବା ବେଳେ ଅର୍ଥ ଫେରସ୍ତ କରାଯାଇନାହିଁ।

Govt
Leave A Reply

Your email address will not be published.