ଶି‌ରୋମଣି ଅକାଳୀ ଦଳ ସଭାପତି ଭାବେ ଇସ୍ତଫା ଦେଲେ ସୁଖବୀର ସିଂହ ବାଦଲ

ଅମୃତସର : ସୁଖବୀର ସିଂହ ବାଦଲ ଆଜି ଶିରୋମଣି ଅକାଳୀ ଦଳ ସଭାପତି ଭାବେ ଇସ୍ତଫା ଦେଇଛନ୍ତି। ପୂର୍ବତନ ପଂଜାବ ଶିକ୍ଷା ମନ୍ତ୍ରୀ ଦଲଜିତ ଏସ୍‌ ଚିମା ଆଜି ଏକ ଟ୍ବିଟ୍‌ କରି ଏନେଇ ସୂଚନା ଦେଇଛନ୍ତି। ୬୨ ବର୍ଷୀୟ ସୁଖବୀର ସିଂହ ବାଦଲ ଆଜି ଦଳର ୱାର୍କିଂ କମିଟି ନିକଟରେ ଇସ୍ତଫାପତ୍ର ଦାଖଲ କରିଛନ୍ତି। ଫଳରେ ନୂଆ ସଭାପତି ପଦ ପାଇଁ ନିର୍ବାଚନ ଆରମ୍ଭ ହେବ ବୋଲି ଚିମା ଟ୍ବିଟ୍‌ କରି କହିଛନ୍ତି। ସୁଖବୀର ସିଂହ ବାଦଲ ସମସ୍ତ କର୍ମୀମାନଙ୍କୁ ତାଙ୍କ ଉପରେ ଏବଂ ତାଙ୍କ ନେତୃତ୍ବ ଉପରେ ବିଶ୍ବାସ କରିଥିବା କାରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସୁଖବୀର ସିଂହ ବାଦଲଙ୍କ ଇସ୍ତଫା ପରେ ଅକାଳୀ ଦଳ ୱାର୍କିଂ କମିଟି ସଭାପତି ବଲୱିନ୍ଦର ସିଂହ ଭୁନ୍ଦର ସୋମବାର ଅପରାହ୍ନ ୧୨ଟାରେ ଏକ ଜରୁରୀ ବୈଠକ ଡକାଇଛନ୍ତି। ଚଣ୍ଡିଗଡ଼ ସ୍ଥି ଦଳର ମୁଖ୍ୟାଳୟ‌ରେ ଏହି ବୈଠକ ଡକାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୧୪ ତାରିଖରେ ଅକାଳୀ ଦଳର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ହେବ।

Govt

Comments are closed.