ବାରିପଦା : ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନରୁ ଦୁଇ ଶିକାରୀଙ୍କୁ ଗିରଫ କରିଛି ଏସ୍ଟିପିଏଫ୍ Iଗିରଫ ଦୁଇଜଣ ହେଲେ କପ୍ତିପଦା ଥାନା ଅଧୀନ ପଥରଖଣି ଗ୍ରାମର ଅନ୍ତର୍ଯ୍ୟାମୀ ନାୟକ(୩୭) ଓ ଉଦଳା ଥାନା ଅନ୍ତର୍ଗତ ଖଡିକାଶୋଳ ଗ୍ରାମର ଦିଲ୍ଲୀପ ନାଏକ (୩୫)। ସେମାନଙ୍କ ଦୁଇଟି ଦେଶୀ ବନ୍ଧୁକ, ୮୬ ଟି ଲୁହାବଲ , ୫୦୦ ଗ୍ରାମର ବିସ୍ଫୋରକ ଦ୍ରବ୍ୟ, ଦିଆସିଲି ସହିତ ଅନ୍ୟାନ୍ୟ ଶିକାରୀ ସରଞ୍ଜାମକୁ ଜବତ କରାଯାଇଛି ବୋଲି ଦକ୍ଷିଣ ଡିଭିଜନର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ପ୍ରକାଶ କରିଛନ୍ତି। ଏନେଇ ପୃଥକ୍ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନାନୁଯାୟୀ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନର ପୋଡ଼ାଡିହା ରେଞ୍ଜରେ ବନ ବିଭାଗଓ ଏକ୍ସ ସେନା କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କୁ ଧରିଥିଲେ। ଅନ୍ତର୍ଯ୍ୟାମୀ ପାଖରୁ ଗୋଟିଏ ଦେଶୀ ବନ୍ଧୁକ, ୭୨ଟି ଲୁହାବଲ୍, ୩୫୦ ଗ୍ରାମର ବିସ୍ଫୋରକ ଦ୍ରବ୍ୟ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ।
ସେହିପରି ଜେନାବିଲ ରେଞ୍ଜରେ ଏସ୍ଟିପିଏଫ୍ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀ ଦିଲ୍ଲୀପ ନାଏକଙ୍କୁ କାବୁ କରିଥିଲେ। ତାଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୧୪ ଟି ଲୁହବଲ, ୧୫୦ ଗ୍ରାମ ବିସ୍ଫୋରକ ଦ୍ରବ୍ୟ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ।

Comments are closed.