ନିକଟରେ ବଲିଉଡର ବରିଷ୍ଠ ଅଭିନେତା ନାସରୁଦ୍ଦିନ ଶାହଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ସାକ୍ଷାତକାରରେ ସେ ଶାହରୁଖ ଖାନଙ୍କୁ ବୋରିଂ ଅଭିନେତା ବୋଲି ସମ୍ଭୋଧନ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ସେ ଅକ୍ଷୟ କୁମାରଙ୍କର ପ୍ରଶଂସା କରିଛନ୍ତି ହେଲେ ଶାହରୁଖ ଖାନ୍ଙ୍କୁ ଅଭିନେତା ଭାବେ ବୋରିଂ ବୋଲି ସମ୍ବୋଧନ କରୁଛନ୍ତି । ତେବେ ଶାହରୁଖ ଖାନ୍ କିନ୍ତୁ ନିଜ ପରିଶ୍ରମ ଓ ବିନା ଗଡ ଫାଦରରେ ଇଣ୍ଡଷ୍ଟ୍ରୀରେ ନିଜ ପରିଚୟ ସୃଷ୍ଟି କରିଛନ୍ତି ବୋଲି ନାସିରୁଦ୍ଦିନ ସ୍ୱୀକାର କରିଛନ୍ତି । ସୂଚନା ଅନୁସାରେ ନାସିରୁଦ୍ଦିନ ଶାହରୁଖଙ୍କ ସହିତ କଭି ହାଁ କଭି ନା, ଚମତ୍କାର, ମେ ହୁଁ ନା ଭଳି ଫିଲ୍ମରେ କାମ କରିଛନ୍ତି । ସୋସିଆଲ ମିଡିଆରେ ଭିଡିଓଟି ଖୁବ ଭାଇରାଲ ହେଉଥିବାବେଳେ ଏହାକୁ ମିଶ୍ରପ୍ରତିକ୍ରିୟା ମିଳୁଛି ।
