ଶରଦ ପୱାରଙ୍କୁ ଭେଟିଲେ ରାହୁଲ୍ ଗାନ୍ଧୀ

ନୂଆଦିଲ୍ଲୀ: ବିରୋଧୀମାନଙ୍କୁ ଏକାଠି କରିବା ପାଇଁ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଏନ୍ସିପି ମୁଖ୍ୟ ଶରଦ ପୱାର୍ଙ୍କୁ ଭେଟିଛନ୍ତି ରାହୁଲ୍ ଗାନ୍ଧୀ। ଖଡ୍ଗେଙ୍କ ବାସଭବନରେ ବୈଠକ ଶେଷ ହେବା ପରେ ସାମ୍ବାଦିକମାନଙ୍କୁ ରାହୁଲ୍ ଗାନ୍ଧୀ କହିଛନ୍ତି, ବିରୋଧୀମାନଙ୍କୁ ଏକତ୍ର କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବିରୋଧୀ ଏକତା ପାଇଁ ଆମେ ସମ୍ମିଳିତ ଚେଷ୍ଟା ଚଳାଇଛୁ। ସାମ୍ବାଦିକମାନଙ୍କୁ କଂଗ୍ରେସ ମୁଖ୍ୟ ଖଡ୍ଗେ ମଧ୍ୟ କହିଛନ୍ତି ଯେ ଦେଶ ଓ ଗଣତନ୍ତ୍ରକୁ ବଞ୍ଚାଇବା ଏବଂ ସମ୍ବିଧାନକୁ ସୁରକ୍ଷିତ ରଖିବା, ବାକ୍ ଓ ବିବୃତିର ସ୍ବାଧୀନତା, ଯୁବାଙ୍କ କର୍ମସଂସ୍ଥାନ ଏବଂ ମୁଦ୍ରାସ୍ଫୀତି ଓ ସ୍ବୟଂକ୍ରିୟ ସଂସ୍ଥାଗୁଡ଼ିକର ଅପବ୍ୟବହାର ଭଳି ସମସ୍ୟାର ନିରାକରଣ ନିମନ୍ତେ ଆମେ ଏକ୍ ହୋଇ ଲଢ଼ିବାକୁ ପ୍ରସ୍ତୁତ ଅଛୁ। ଜଣକ ପରେ ଜଣେ ଆମେ ସମସ୍ତଙ୍କ ସହିତ ଆଲୋଚନା କରିବୁ ବୋଲି ଖଡ୍ଗେ କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.