ଲିଡରେ ହୁମା

0

୨୦୦୬ରେ ରିଲିଜ୍ ହୋଇଥିବା ଖୋସଲା କା ଘୋସଲା ଆଜି ବି ଦର୍ଶକଙ୍କର ପସନ୍ଦର ଚଳଚ୍ଚିତ୍ର । ତେବେ ସୂଚନା ଅନୁସାରେ ଖୁବଶୀଘ୍ର ଏହାର ସିକ୍ୟୁଏଲ ରିଲିଜ ହେବାକୁ ଯାଉଛି, ଯେଉଁଥିରେ ହୁମା କ୍ୟୁରେସିଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ପ୍ରଥମଭାଗରେ ଅନୁପମ ଖେର, ବମନ ଇରାନି, ବିଜୟ ପାଠକ, ରଣବୀର ସୋରେ ଆଦିକୁ ଦର୍ଶକ ଦେଖିବାକୁ ପାଇଥିଲେ । ଫିଲ୍ମଟିର କାହାଣୀ ଓ ଷ୍ଟାରକାଷ୍ଟଙ୍କ ଅଭିନୟକୁ ସେତେବେଳେ ଖୁବ ପ୍ରଶଂସା ମିଳିଥିଲା । ବର୍ତ୍ତମାନ ଏହାର ସିକ୍ୟୁଏଲ ପାଇଁ କାହାଣୀ ଫାଇନାଲ ହୋଇସାରିଛି । ଫିଲ୍ମ ପାଇଁ କାଷ୍ଟିଂ ଆରମ୍ଭ ହୋଇଛି, ଯେଉଁ ପ୍ରକ୍ରିୟାରେ ପ୍ରଥମେ ହୁମାଙ୍କୁ ଫିମେଲ ଲିଡ୍ ଭାବେ ଫାଇନାଲ କରାଯାଇଛି । ଖବରଟି ହୁମାଙ୍କର ଫ୍ୟାନ୍ଙ୍କୁ ଖୁବ ଖୁସି ଦେଇଛି । ସେହିଭଳି ହୁମା ମଧ୍ୟ ଏତେ ଭଲ ପ୍ରୋଜେକ୍ଟରେ କାମ କରିବାକୁ ଖୁବ ଉତ୍ସାହିତ ଥିବା ଜଣା ପଡିଛି ।

Leave A Reply

Your email address will not be published.