ଅନେକ ସମୟରେ ରୋଗପ୍ରତିରୋଧକ ଶକ୍ତି କମ ଥିବାରୁ ଆମକୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ୱାରା ଆମର ରୋଗପ୍ରତିରୋଧକ ଶକ୍ତି ବଢିବ ଏବଂ ଆମେ ସୁସ୍ଥ ରହିପାରିବା । ଆସନ୍ତୁ ଜାଣିବା ସେହିଭଳି କିଛି ଖାଦ୍ୟ ସମ୍ପର୍କରେ ।
ତୁଳସୀ
ପ୍ରତିଟି ଘରେ ତୁଳସୀ ଗଛ ରହିଥାଏ, ଯାହାକୁ ପୂଜା ମଧ୍ୟ କରାଯାଇଥାଏ । ଏହାର ଅନେକ ଔଷଧୀୟ ଗୁଣ ରହିଛି । ତେଣୁ ପ୍ରତିଦିନ ୪ ରୁ ୫ଟି ତୁଳସୀ ପତ୍ର ଚାରେ ହେଉ କିମ୍ବା ସିଧା ଧୋଇ ଖାଇପାରିବେ । ଏଥିରେ ଅନେକ ଗୁଣ ରହିଛି ଯାହା ଆମକୁ ଥଣ୍ଡା, କାଶ ଭଳି ସମସ୍ୟାରୁ ଦୂରେଇ ରଖିଥାଏ ।
ଅଦା
ଅଦା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ତାହା ନୁହେଁ । ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି, ଯାହା ଆମକୁ ସୁସ୍ଥ ରଖିଥାଏ । ତେଣୁ ଅଦାକୁ ପ୍ରତିଦିନ ଚାରେ ହେଉ କିମ୍ବା ତରକାରୀରେ ସାମିଲ କରି ଖାଆନ୍ତୁ । ଏହା ଆମକୁ ଥଣ୍ଡା ସମ୍ବନ୍ଧୀୟ ସମସ୍ୟାରୁ ଦୂରେଇ ରଖିଥାଏ ।
ହଳଦୀ
ହଳଦୀ ଆମ ଦେହ ପାଇଁ ଖୁବ ଲାଭଦାୟକ । ହଳଦୀରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଭରପୂର ହୋଇ ରହିଥାଏ ଯାହା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାକୁ ପ୍ରତିଦିନ ଖୀରରେ ମିଶାଇ ପିଇ ପାରିବେ ଅଥବା ସକାଳୁ କଞ୍ଚା ହଳଦୀ ବାଟି ଅଳ୍ପ ପରିମାଣରେ ଖାଇପାରିବେ, ଏହା ଦେହ ପାଇଁ ଖୁବ ହିତକର ହୋଇଥାଏ ।
ଡାଲଚିନି
ଗରମ ମସଲାରେ ବ୍ୟବହାର ହେଉଥିବା ଡାଲଚିନି ମଧ୍ୟ ଆମ ଶରୀର ପାଇଁ ଉପକାରୀ । ଏହାକୁ ଗରମ ପାଣିରେ ଫୁଟାଇ ଏହାର ପାଣି ପିଇ ପାରିବେ, ଅଥବା ଏହାକୁ ଚାରେ ମିଶାଇ ମଧ୍ୟ ପିଇ ପାରିବେ । ଏଥିରେ ଥିବା ଔଷଧୀୟ ଗୁଣ ଆମ ପାଇଁ ଖୁବ ଲାଭଦାୟକ ହୋଇଥାଏ ।

Comments are closed.