ମସ୍କୋ : ଦୁଇ ଦିନିଆ ରୁଷ ଗସ୍ତରେ ଯିବେ ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନଏସଏ) ଅଜିତ ଡୋଭଲ। ଆସନ୍ତା ୧୦ ଓ ୧୧ରେ ଡୋଭଲ ରୁଷ ଗସ୍ତ କରିବେ। ଏହି ଅବସରରେ ସେ ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନାନୁଯାୟୀ ରାଷ୍ଟ୍ରପତି ପୁଟିନଙ୍କ ସହ ଅଜିତ ଡୋଭଲ ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ବିରାମ ଏବଂ ଶାନ୍ତି ପାଇଁ ଆଲୋଚନା କରିବେ। ଏହି ଅବସରରେ ସେ ବ୍ରିକ୍ସ-ଏନଏସଏ ବୈଠକରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବ୍ରିକ୍ସ ବୈଠକରେ ଡୋଭଲ ରୁଷ ଏବଂ ଚୀନ୍ ପ୍ରତିପକ୍ଷଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ବ୍ରିକ୍ସରେ ୧୦ଟି ରାଷ୍ଟ୍ର ତଥା ବ୍ରାଜିଲ, ରୁଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ୟୁଏଇ, ଇରାନ, ଇଜିପ୍ଟ ଏବଂ ଇଥିଓପିଆ ସଦସ୍ୟ ଅଛନ୍ତି।

Comments are closed.