କିବ୍: ଜାତିସଂଘ ମହାସଭା ବୈଠକ ପରିପ୍ରେକ୍ଷୀରେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ଗତ ରାତିରେ ରୁଷ୍ର ଆକ୍ରମଣରେ ଏହାର ୨ଜଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି। ରୁଷ୍ ୩ଟି କ୍ଷେପଣାସ୍ତ୍ର ଏବଂ ୧୧୫ଟି ଡ୍ରୋନ ମାଡ଼ କରିଥିବା ୟୁକ୍ରେନ ବାୟୁସେନା କହିଛି। ଅନେକ ଡ୍ରୋନ୍ ନଷ୍ଟ କରି ଦିଆଯାଇ ଥିବାବେଳେ ଦକ୍ଷିଣ ଜାପୋରିଝିଆରେ ଜଣେ ନାଗରିକ ଏବଂ ଓଡେଶା ଉପକୂଳ ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଛି। ରୁଷ୍ ବିଭିନ୍ନ ଅଞ୍ଚଳରେ ୟୁକ୍ରେନ ନାଗରିକଙ୍କୁ ଟାର୍ଗେଟ କରୁଥିବା ପ୍ରଧାନମନ୍ତ୍ରୀ ୟୁଲିଆ ସ୍ୱିରିଡେନକୋ ସାମାଜିକ ଗଣମାଧ୍ୟମରେ କହିଛନ୍ତି। ସେ ୟୁକ୍ରେନ ସହଯୋଗୀଙ୍କୁ ଅଧିକ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଏଥିରେ ବିଳମ୍ବ ହେଲେ ଅଧିକ ନାଗରିକଙ୍କର ମୃତ୍ୟୁ ହେବ ବୋଲି କହିଛନ୍ତି।

Comments are closed.