ରାୟପୁର: ଛତିଶଗଡ଼ର ରାୟପୁରରେ ଏକ ଘରୋଇ ଷ୍ଟିଲ ପ୍ଲାଣ୍ଟ୍ରେ ଆଜି ଏକ ଢାଞ୍ଚା ଭୁଶୁଡ଼ି ପଡ଼ିବା ଫଳରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଆହୁରି ୫ ଜଣ ଫସି ରହିଥିବା ଅନୁମାନ କରାଯାଉଛି। ସହରର ସିଲତାରା ଶିଳ୍ପାଞ୍ଚଳର ଗୋଦାବରୀ ଇସ୍ପାତ ଲିମିଟେଡ ପ୍ଲାଣ୍ଟ୍ରେ ଆଜି ଏହି ଦୁର୍ଘଟଣା ଘଟିବା ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର ଅପରେସନ୍ ଜାରି ରହିଥିବା ଜଣେ ପୁଲିସ ଅଫିସର କହିଛନ୍ତି।

Comments are closed.