ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଲେନି କୋର୍ଟ

ଆବେଦନ ଖାରଜ କଲେ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି କୋର୍ଟରେ ଶକ୍ତ ଝଟକା ଲାଗିଛି। ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ରାହୁଲଙ୍କୁ ହୋଇଥିବା ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାପାଇଁ ସେ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ରାହୁଲଙ୍କ ଆବେଦନ ଖାରଜ କରିଦେଇଛନ୍ତି। ଅତିରିକ୍ତ ଜିଲ୍ଲା ବିଚାରପତି ଆରପି ମୋଗେରା ଗତ ଗୁରୁବାର ଦିନ ରାହୁଲଙ୍କ ଆବେଦନ ଉପରେ ଶୁଣାଣି କରି ଏପ୍ରିଲ ୨୦କୁ ରାୟ ସଂରକ୍ଷିତ ରଖିଥିଲେ। କିନ୍ତୁ କୋର୍ଟ ଆଜି ରାହୁଲଙ୍କୁ କୌଣସି ଆଶ୍ବସ୍ତି ପ୍ରଦାନ କରିନାହାଡନ୍ତି। ରାହୁଲଙ୍କ ଆବେଦନ ଖାରଜ କରିଦେଇଛନ୍ତି। ଯଦି କୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥାନ୍ତେ ତେବେ ତାଙ୍କ ଲୋକସଭା ସଦସ୍ୟତା ସେ ଫେରି ପାଇଥାନ୍ତେ। କିନ୍ତୁ କୋର୍ଟ ରାହୁଲଙ୍କ ଆବେଦନ ଖାରଜ କରିଦେବା ଦ୍ବାରା ସେ ତାଙ୍କ ସଦସ୍ୟତା ଫେରି ପାଇବେନି। ରାହୁଲ ତାଙ୍କ ଆବେଦନରେ କହିଥିଲେ ମାର୍ଚ୍ଚ ୨୩ ତାରିଖ ରାୟ ଉପରେ ଯଦି ରୋକ୍ ନଲାଗେ ତେବେ ତାଙ୍କର ଅପୂରଣୀୟ କ୍ଷତି ହେବ। ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୩ ତାରିଖରେ ରାହୁଲ ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ୨ ବର୍ଷ ଜେଲ୍ଦଣ୍ଡ ହୋଇଥିଲା।

Launching Ceremony of “AYUSHMAN BHARAT

Comments are closed.