ରାସ୍ତାରୁ ଉଠେଇ ନେଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ଜଣେ ଗିରଫ

ସମୟ ଲାଇଭ,5/12: ମୟୁରଭଞ୍ଜ ଜିଲ୍ଲାର ପିଛା ଛାଡ଼ୁନି ଦୁଷ୍କର୍ମ ଭଳି ଲଜ୍ୟାଜନକ ଘଟଣା। ବିକୃତ ମାନସିକତା ଆଗରେ ମୂଲ୍ୟହୀନ ହୋଇଯାଉଛି ସମ୍ପର୍କ । ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ। ଝାରପୋଖରିଆ ଥାନା ଅଞ୍ଚଳର ଘିଆଯୋଡି ଗ୍ରାମର କିଚକେଶ୍ୱରୀ ଦେହୁରୀ(୩୩ବର୍ଷ)ଙ୍କୁ ଗିରଫ କରିଛି ପୋଲିସ। ଗତକାଲି ବିଳମ୍ବିତ ରାତିରେ ମହିଳାଙ୍କ ଲିଖିତ ଅଭିଯୋଗ ମୁତାବକ ତାଙ୍କୁ ରାସ୍ତାରୁ ଉଠାଇନେଇ ଜଙ୍ଗଲ ଭିତରେ କିଚକେଶ୍ୱରୀ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ ଯାହାକୁ ଭିତ୍ତିକରି ୧୫୦/୨୦୧୯ରେ ମାମଲା ରୁଜୁ କରି ଦୁଷ୍କର୍ମ ଅଭିଯୋଗରେ ଆଇପିସି ଧାରା ୩୭୬ ଓ ୩୯୪ ଅନୁସାରେ ଅଭିଯୁକ୍ତକୁ ଗିରଫ କରି ମେଡିକାଲ ଟେଷ୍ଟ କରି ଆଜି କୋର୍ଟ ଚାଲାଣ କରିଛି ଝାରପୋଖରିଆ ପୋଲିସ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ପୀଡିତାଙ୍କୁ ଗତକାଲି ରାତିରୁ one stop ହୋମରେ ରଖି ଆଜି ମେଡିକାଲ ଏବଂ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି

Launching Ceremony of “AYUSHMAN BHARAT

Comments are closed.