ରାଷ୍ଟ୍ରପତିଙ୍କ ଚେହେରାକୁ ନେଇ ଅରୁଚିକର ମନ୍ତବ୍ୟ ଦେଲେ ଟିଏମସି ନେତା

ପଶ୍ଚିମବଙ୍ଗ : ରାଷ୍ଟ୍ରପତିଙ୍କ ଚେହେରାକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଛନ୍ତି ଟିଏମସି ନେତା ଅଖିଳ ଗିରି I ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ଏହି ଅରୁଚିକର ମନ୍ତବ୍ୟ ସେ ଦେଇଛନ୍ତି । ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓରେ ‘ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି’ ବୋଲି କହି’ତାଙ୍କୁ ମନ୍ତ୍ରୀ ଅଖିଳ ଗିରି ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି। ଏହି ଭିଡିଓକୁ ବିଜେପି ଦୃଢ ନିନ୍ଦା କରିଛି I

ସୂଚନାନୁସାରେ ଶହୀଦ ଦିବସ ସମାରୋହ ଅବସରରେ ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରେ ଅଖିଲ ଗିରି ବିରୋଧୀଦଳର ନେତା ସୁଭେନ୍ଦୁ ଅଧିକାରୀଙ୍କ ସହ ଲଢୁଥିଲେ । ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରି ଅଖିଲ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାମ ନେନେଇ ଟାଣିଥିଲେ । ସେ କହିଛନ୍ତି ଯେ ତୃନାମୁଳ ଲୋକମାନଙ୍କୁ କାହାର ଚେହେରା ଦ୍ୱାରା ବିଚାର କରନ୍ତି ନାହିଁ । “ସେ (ସୁଭେନ୍ଦୁ ଅଧିକାରୀ) କୁହନ୍ତି ମୁଁ (ଅଖିଲ ଗିରି) ସୁନ୍ଦର ନୁହେଁ । ସେ କେତେ ସୁନ୍ଦର ! ଆମେ ଲୋକମାନଙ୍କୁ ସେମାନଙ୍କ ଚେହେରା ଅନୁଯାୟୀ ବିଚାର କରୁନାହୁଁ । ଆମେ ଆପଣଙ୍କ ରାଷ୍ଟ୍ରପତିଙ୍କ ଚେହେରାକୁ ସମ୍ମାନ ଦେଉଛୁ । ଆପଣଙ୍କ ରାଷ୍ଟ୍ରପତି କିପରି ଦେଖାଯାଉଛନ୍ତି ?”

ଉପରୋକ୍ତ ମନ୍ତବ୍ୟକୁ ପଶ୍ଚିମବଙ୍ଗ ‘ବିଜେପି’ ନିନ୍ଦା କରିବା ସହିତ ବିଜେପିର ଅମିତ ମାଲଭିଆ କହିଛନ୍ତି ଯେ ମମତା ବାନାର୍ଜୀ ସର୍ବଦା ଆଦିବାସୀ ବିରୋଧୀ ଅଟନ୍ତି ଏବଂ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିନାହାଁନ୍ତି । ଅଖିଳ ଗିରିଙ୍କ ମନ୍ତବ୍ୟ ବେଳେ ମହିଳା କଳ୍ୟାଣ ମନ୍ତ୍ରୀ ଶଶି ପଙ୍କI ଘଟଣାସ୍ତଳରେ ଉପସ୍ଥିତ ଥିଲେ।

ଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ମନ୍ତ୍ରୀ ଅଖିଳ ଗିରି କହିଛନ୍ତି, ‘ବିଜେପି’ର ଶୁଭେନ୍ଦୁ ଗିରି ମୋତେ ସମାଲୋଚନା କରୁଛନ୍ତି I ସେ ମୋତେ ‘କାଉ’ କହିବା ସହିତ ‘ହାଫ୍‌-ପ୍ୟାଣ୍ଟ୍‌’ ମନ୍ତ୍ରୀ ବି କହିଛନ୍ତି। ତେଣୁ ତାଙ୍କୁ ସମାଲୋଚନା କରିବା ବେଳେ ମୋ ପାଟିରୁ ଭୁଲ ରେ ଏହି କଥା ବାହାରିଗଲା I

ଏହାକୁ ନେଇ ଏବେ ବିଭିନ୍ନ ମହଲରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ମନ୍ତବ୍ୟକୁ ସମାଲୋଚନା ସହ ସିଧା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ବିଜେପି।

Govt

Comments are closed.