ରାଜ୍ୟସଭାର ୧୦ଟି ଆସନ ପାଇଁ ବିଜ୍ଞପ୍ତି ଜାରି କଲା ସଚିବାଳୟ

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟମାନେ ଲୋକସଭାକୁ ନିର୍ବାଚିତ ହେବା ପରେ ରାଜ୍ୟସଭାରେ ୧୦ ପଦବୀ ଖାଲି ପଡ଼ିଛି। ରାଜ୍ୟସଭା ସଚିବାଳୟ ଉକ୍ତ ଖାଲି ପଡ଼ିଥିବା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ୧୦ଟି ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ୭ଟି, କଂଗ୍ରେସର ୨ଟି ଓ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ହାତରେ ଗୋଟିଏ ଆସନ ଥିଲା। ବିହାର, ମହାରାଷ୍ଟ୍ର ଓ ଆସାମରୁ ୨ଟି ଲେଖାଏଁ ଆସନ ଖାଲି ପଡ଼ିଥିବା ବେଳେ ରାଜସ୍ଥାନ, ତ୍ରିପୁରା, ହରିୟାଣା ଓ ମଧ୍ୟପ୍ରଦେଶରୁ ଗୋଟିଏ ଲେଖାଏଁ ଆସନ ଖାଲି ପଡ଼ିଛି। ଉକ୍ତ ୧୦ଟି ଆସନ ବ୍ୟତୀତ କେରଳର ୩ ସାଂସଦ ଜୁଲାଇ ପହିଲାରେ ଅବସର ନେବାକୁ ଯାଉଛନ୍ତି ଏବଂ ଏହି ସିଟ୍ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ଓ କେରଳ କଂଗ୍ରେସ (ମଣି) ହାତରେ ଗୋଟିଏ ଲେଖାଏଁ ଆସନ ଅଛି। ଜୁଲାଇ ମଧ୍ୟଭାଗରେ ୪ ଜଣ ମନୋନୀତ ସଦସ୍ୟ ବି ଅବସର ନେବେ। ସେମାନେ ହେଲେ ମହେଶ ଜେଠମାଲାନୀ, ରାମ ଶକଲ, ରାକେଶ ସିହ୍ନା ଓ ସୋନାଲ ମାନସିଂହ। ଏହି ୪ ଜଣ ପ୍ରାର୍ଥୀ ହେବା ପରେ ବିଜେପିରେ ଯୋଗ ଦେଇଥିଲେ।

Govt

Comments are closed.