ରାଜ୍ୟରେ ଗୋଟିଏ ଦିନରେ ୧,୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୭ ମୃତ

ଭୁବନେଶ୍ୱର: ଜୁଲାଇ ୨୮: ଓଡ଼ିଶାରେ ୧,୨୧୫ ଜଣ ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛନ୍ତି I ସେଥିରୁ, ୭୫୩ ଜଣ ସଙ୍ଗରୋଧ ରେ ଥିଲେ ଏବଂ ବାକି ୪୬୨ ଜଣ ସ୍ଥାନୀୟ କେଶ I ୧,୨୧୫ ଜଣ ଙ୍କୁ ମିଶାଇ, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୦୭ କୁ ବୃଦ୍ଧି ପାଇଛି I ଗଂଜାମ ରୁ ୩୩୨ ଜଣ ଏବଂ ଖୋର୍ଦ୍ଧା ରୁ ୩୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ତେବେ, ଚିନ୍ତାର ବିଷୟ, ଗଂଜାମ ପରେ ପରେ ଏବେ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି I
ସେହିପରି, ଗଜପତି ରୁ ୮୯ ଜଣ, କେନ୍ଦୁଝର ରୁ ୭୭ ଜଣ, କୋରାପୁଟ ରୁ ୭୩ ଜଣ, କଟକ ରୁ ୬୦ ଜଣ, ଜଗତସିଂହପୁର ରୁ ୪୭ ଜଣ, ବାଲେଶ୍ୱର ରୁ ୨୯ ଜଣ, ରାୟଗଡା ରୁ ୨୪ ଜଣ, ମୟୁରଭଞ୍ଜ ରୁ ୨୨ ଜଣ, ବଲାଙ୍ଗୀର ରୁ ୨୧ ଜଣ, ଯାଜପୁର ରୁ ୨୦ ଜଣ, କନ୍ଧମାଳ, କେନ୍ଦ୍ରାପଡ଼ା ଓ ମାଲକାନଗିରି ରୁ ୧୪ ଜଣ ଲେଖାଏଁ, ପୁରୀ ଓ ଅନୁଗୁଳ ରୁ ୧୧ ଜଣ ଲେଖାଏଁ, ବରଗଡ ରୁ ୧୦ ଜଣ, କଳାହାଣ୍ଡି ଓ ନୂଆପଡା ରୁ ୮ ଜଣ ଲେଖାଏଁ, ନୟାଗଡ ରୁ ୭ ଜଣ, ଭଦ୍ରକ, ବୌଦ, ଝାରସୁଗୁଡା, ସୋନପୁର ଓ ସୁନ୍ଦରଗଡ ରୁ ୨ ଜଣ ଲେଖାଏଁ ଏବଂ ଦେଓଗଡ ଓ ଢେଙ୍କାନାଳ ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
୨୪ ଘଂଟାରେ ୭ ଜଣ କରୋନା ରୋଗୀ ଙ୍କର ମୃତ୍ୟୁ ହେଇଛି I ଗଂଜାମ ରୁ ୩ ଜଣ ଓ ରାୟଗଡା ରୁ ୨ ଜଣ ଙ୍କର ମୃତ୍ୟୁ ହେଇଥିବା ବେଳେ, କଟକ ଓ ଖୋର୍ଦ୍ଧା ର ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି I ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୫୪ କୁ ବୃଦ୍ଧି ପାଇଛି I

Govt

Comments are closed.