ରାଜ୍ୟରେ କରୋନ ସଂକ୍ରମଣଙ୍କ ସଂଖ୍ୟା କମୁଛି, ୨୪ ଘଣ୍ଟାରେ ୧,୦୯୬ ସଂକ୍ରମିତ

ଭୁବନେଶ୍ୱର: ଅଗଷ୍ଟ୭: ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬, ୭୭୦ ସ୍ୱାବ୍‌ ଟେଷ୍ଟ ହୋଇଥିଲାବେଳେ ସେଥିମଧ୍ୟରୁ ୧,୦୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୩୭ ଜଣ କରୋନ ଚିହ୍ନଟ ହୋଇଥିଲାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୫୯ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୯ଲକ୍ଷ ୮୫ ହଜାର ୮୨୭ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ଗତ ୨୪ ଘଣ୍ଟାରେ ୧,୫୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୬୬ ହଜାର ୯୨୮ ଜଣ ସୁସ୍ଥ ହୋଇସାରିଲେଣି ।
ସେହିପରି ରାଜ୍ୟରେ ୬୪ ଜଣ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬ ହଜାର ୩୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଛି । ରାଜ୍ୟରେ ବର୍ତ୍ତମାନ ସକ୍ରିୟ କେସ୍‌ ୧୨ ହଜାର ୪୮୦ ରହିଛି ।
ଖୋର୍ଦ୍ଧାରେ ସର୍ବାଧିକ ୩୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ଦ୍ୱିତୀୟ ସ୍ଥାନରେ ରହିଛି କଟକ । କଟକରୁ ଆଜି ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଆଶ୍ୱସ୍ତିର କଥା ଗତ ୨୪ଘଣ୍ଟାରେ ନବରଙ୍ଗପୁର ଓ ବୌଦ୍ଧ ଜିଲ୍ଲାରେ କୌଣସି କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୪୦, ବାଲେଶ୍ୱରରୁ ୭୭, ବରଗଡ଼ରୁ ୧୧, ଭଦ୍ରକରୁ ୨୧, ବଲାଙ୍ଗିରରୁ ୭ , ଦେଓଗଡ଼ରୁ ୧, ଢ଼େଙ୍କାନାଳରୁ ୯, ଗଜପତିରୁ ୪, ଗଞ୍ଜାମରୁ ୫, ଜଗତସିଂହପୁରରୁ ୫୮, ଯାଜପୁରରୁ ୬୮, ଝାରସୁଗୁଡ଼ାରୁ ୫, କଳାହାଣ୍ଡିର ୩, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୩୬, କେନ୍ଦୁଝରରୁ ୧୩, କୋରାପୁଟରୁ ୭, ମାଲକାନଗିରିରୁ ୪, ମୟୁରଭଞ୍ଜରୁ ୩୨, ନୟାଗଡ଼ରୁ ୨୯, ନୂଆପଡ଼ାରୁ ୨, ପୁରୀରୁ ୪୮, ରାୟଗଡ଼ାରୁ ୬, ସମ୍ବଲପୁରରୁ ୮, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୨୦ ଏବଂ ଷ୍ଟେଟ ପୁଲରୁ ୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.