ରାଜ୍ୟରେ କରୋନାର ସ୍ଥିତି ସ୍ଥିର, ୨୪ ଘଣ୍ଟାରେ ୧,୩୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଅଗଷ୍ଟ ୫: କିଛି ଦିନ ହେଲା ରାଜ୍ୟରେ ୧୫ଶହ ତଳକୁ କରୋନା ସଂକ୍ରମିତଙ୍କ ସଂଖ୍ୟା ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬ ହଜାର ୧୪୬ ଜଣଙ୍କର ସ୍ୱାବ୍‌ ଟେଷ୍ଟରୁ ୧ ହଜାର ୩୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୭୫ ଜଣ ଥିବା ବେଳେ ବାକି ୫୬୭ ଜଣ ସ୍ଥାନୀୟ ସଂକ୍ରମଣ ଥିବା ଜଣାପଡ଼ିଛି ।
୧ ହଜରା ୬୩୦ ଜଣ କରୋନା ସଂକ୍ରମିତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ଅପେକ୍ଷା ସୁସ୍ଥମାନଙ୍କ ସଂଖ୍ୟା ରାଜ୍ୟରେ ବଢ଼ୁଛି ଯାହା ଏକ ଆଶ୍ୱସ୍ତିକର କଥା । ଏବେ ରାଜ୍ୟରେ ୧୩ ହଜାର ୫୧୬ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ ପ୍ରାଣ ହରାଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬ ହଜାର ୨୩୬ ଜଣଙ୍କର ମୃତୁ୍ୟ ହୋଇସାରିଲାଣି ।
ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୩୦, ବାଲେଶ୍ୱରରୁ ୫୯, ବରଗଡ଼ରୁ ୮, ଭଦ୍ରକରୁ ୪୦, ବଲାଙ୍ଗିରରୁ ୩, କଟକରୁ୧୬୪, ଦେଓଗଡ଼ରୁ ୩, ଢ଼େଙ୍କାନାଳରୁ ୧୯, ଗଜପତିରୁ ୪, ଗଞ୍ଜାମରୁ ୯, ଜଗତସିଂହପୁରୁ ୭୮, ଯାଜପୁରରୁ ୬୬, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୩, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୪୩, କେନ୍ଦୁଝରରୁ ୨୩, ଖୋର୍ଦ୍ଧାରୁ ସର୍ବାଧିକ ୪୭୭, କୋରାପୁଟରୁ ୧୧, ମାଲକାନଗିରିରୁ ୭ , ମୟୁରଭଞ୍ଜରୁ ୪୧, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୨୮, ନୂଆପଡ଼ାରୁ ୩, ପୁରୀରୁ ୫୫, ରାୟଗଡ଼ାରୁ ୧୮, ସମ୍ବଲପୁରରୁ ୧୮, ସୋନପୁରରୁ ୪ ଓ ସୁନ୍ଦରଗଡ଼ରୁ ୧୩ ଏବଂ ଷ୍ଟେଟ ପୁଲରୁ ୧୦୫ ଜଣ ରହିଛନ୍ତି । ବୌଦ୍ଧ ଜିଲ୍ଲାରୁ କୌଣସି କରୋନା ସଂକ୍ରମଣ ଚିହ୍ନଟ ହୋଇନାହାନ୍ତି ।

Launching Ceremony of “AYUSHMAN BHARAT

Comments are closed.