ରାଜସ୍ଥାନରେ ଟ୍ରକ୍‌ ଧକ୍କାରେ ୪ ମୃତ

ଜୟପୁର : ରାଜସ୍ଥାନର ଡୁଙ୍ଗରପୁର ଠାରେ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ରାସ୍ତାକଡ଼ରେ ଠିଆ ହୋଇଥିବା ୪ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଅତିରିକ୍ତ ଏସ୍‌ପି ଅଶୋକ କୁମାର ମୀନାଙ୍କ ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ସବଳା ଥାନା ଅଧୀନସ୍ଥ ପିଣ୍ଡୱାଲ୍‌ ହିଲ୍‌ୱାଡି ବସ୍‌ଷ୍ଟାଣ୍ଡ ନିକଟରେଏକ ଯାତ୍ରୀବାହୀ ‘କ୍ରୁସ୍‌ର’ ଜିପ୍‌ ଓଲଟି ପଡ଼ିଥିଲା। ଆହତଙ୍କୁ ସହାୟତା ନିମନ୍ତେ ଆଖପାଖର ଲୋକମାନେ ସେଠାରେ ଜମା ହୋଇଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ୍‌ ସେମାନଙ୍କ ଉପରକୁ ମାଡ଼ିଯାଇଥିଲା। ଫଳରେ ୪ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତିନିଟି ମୋଟରସାଇକଲ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା। ଅନ୍ୟ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଦୁଇଟି ଦୁର୍ଘଟଣାରେ ମୋଟ୍‌ ୮ ଜଣ ଆହତ ହୋଇଥିବା ଜଣାପଡ଼ିଛି।

Govt

Comments are closed.