ରାଜସ୍ଥାନକୁ ୫ ରନ୍‌ରେ ହରାଇ ଦ୍ବିତୀୟ ବିଜୟ ପାଇଲା ପଞ୍ଜାବ

ଗୌହାଟୀ: ଆଇପିଏଲ୍‌ର ଅଷ୍ଟମ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୫ ରନ୍‌ରେ ପରାସ୍ତ କରି ପଞ୍ଜାବ କିଙ୍ଗ୍ସ ଲଗାତାର ବିଜୟ ପାଇଛି। ଗୌହାଟୀର ବାର୍ସପରା ଷ୍ଟାଡିୟମ୍‌ରେ ବୁଧବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶିଖର ଧାୱନ ଓ ପ୍ରଭସିମ୍ରନ୍‌ ସିଂହଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ପଞ୍ଜାବ ୪ ୱିକେଟ୍‌ ବିନିମୟରେ ୧୯୭ ରନ୍‌ କରିଥିଲା। ଜବାବରେ ନାଥନ୍‌ ଏଲିସ୍‌ଙ୍କ ଘାତକ ବୋଲିଂ ଯୋଗୁଁ ରାଜସ୍ଥାନ ପାଳିକୁ ୧୯୨/୭ରେ ରୋକିବାରେ ସଫଳ ହୋଇଥିଲା। ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲା। ଟସ୍‌ରେ ହାରିଥିଲେ ବି ପଞ୍ଜାବ ଆରମ୍ଭରୁ ଆକ୍ରମଣାତ୍ମକ ଥିଲା। ପ୍ରାରମ୍ଭିକ ବ୍ୟାଟର ପ୍ରଭସିମ୍ରନ୍‌ ସିଂହ ଓ ଶିଖର ଧାୱନ ପ୍ରଥମ ୱିକେଟ୍‌ରେ ୧୦ ଓଭର ମଧ୍ୟରେ ୯୦ ରନ୍‌ ଦଳୀୟ ସ୍କୋରରେ ଯୋଡ଼ିଥିଲେ। ଏଥିମଧ୍ୟରୁ ପାୱାରପ୍ଲେ ମଧ୍ୟରେ କେବଳ ୬୩ ରନ୍‌ ସଂଗ୍ରହ ହୋଇଥିଲା। ମଧ୍ୟକ୍ରମରେ ଜିତେଶ ଶର୍ମା, ଧାୱନଙ୍କ ସହ ମିଶି ତୃତୀୟ ୱିକେଟ୍‌ରେ ୬୬ ରନ୍‌ ଯୋଗକରିବା ସହ ଦଳକୁ ୧୫୦ ପାର୍‌ କରାଇଥିଲେ। ଧାୱନ ଶେ‌ଷ ପର୍ଯ୍ୟନ୍ତ ଅପରାଜିତ ଥିଲା ବେଳେ ୮୬* ରନ୍ରେ ରହିଯାଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ରୟାଲ୍ସ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ପାୱାରପ୍ଲେ ଭିତରେ ଯଶସ୍ବୀ ଜୟସ୍ବାଲ, ରବିଚନ୍ଦ୍ରନ ଅଶ୍ବିନଙ୍କୁ ଅର୍ଶଦୀପ ସିଂହ ଏବଂ ଜୋସ୍‌ ବଟଲରଙ୍କୁ ନାଥନ୍‌ ଏଲିସ୍‌ ଆଉଟ୍‌ କରି ପଞ୍ଜାବ ପାଇଁ ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ସଂଜୁ ସାମସନ୍‌ ସବୁ ବୋଲରଙ୍କ ଉପରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସଂଜୁଙ୍କ ୱିକେଟ୍‌ ଯିବା ପରେ ଆବଶ୍ୟକୀୟ ରନ୍‌ ହାର ପୁଣି ୧୩ ପାଖାପାଖି ପହଞ୍ଚିଯାଇଥିଲା। ତେବେ ଧ୍ରୁବ ଜୁରେଲଙ୍କ ସହ ସପ୍ତମ ସ୍ଥାନରେ ଆସିଥିବା ସିମ୍ରନ ହେଟମାୟର ଚୌକା, ଛକାର ବର୍ଷା କରି ଦଳକୁ ବିଜୟ ନିକଟରେ ପହଞ୍ଚାଇଥିଲେ। ଶେଷ ଓଭରରେ ବିଜୟ ପାଇଁ ୧୬ ରନ୍‌ ଆବଶ୍ୟକ ହେଉଥିଲାବେଳେ ସାମ୍‌ କରନ୍‌ ମାତ୍ର ୧୦ ରନ୍‌ ବ୍ୟୟ କରି ପଞ୍ଜାବକୁ ଦ୍ବିତୀୟ ବିଜୟ ଭେଟି ଦେଇଥିଲେ।

Launching Ceremony of “AYUSHMAN BHARAT

Comments are closed.