ଭୁବନେଶ୍ବର : ରାଜଧାନୀରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ। ଭୁବନେଶ୍ୱର ରବି ଟକିଜ ଅଞ୍ଚଳରେ ଘଟିଛି ଏହି ଅଘଟଣ । ରବି ଟକିଜରେ ଥିବା ଏକ ଫାଇନାନ୍ସ କମ୍ପାନୀରେ ଯୁବଜ ଜଣକ କାମ କରନ୍ତି । ଆଜି ସକାଳ ୧୧.୩୦ ମିନିଟରେ ଫାଇନାନ୍ସ ଟଙ୍କାକୁ ନେଇ ଜଣେ ଗ୍ରାହକଙ୍କ ସହ ତାଙ୍କର ଝଗଡା ହୋଇଥିଲା । ପରେ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା । ଏହାପରେ ଯୁବକ ଜଣକ ଆତ୍ମାହୁତି ଉଦ୍ୟମ କରିଥିଵାଲେ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
