ଭୁବନେଶ୍ଵର : ଖୋର୍ଦ୍ଧାରୁ ପୁଣି ବ୍ରାଉନସୁଗର ଜବତ। ୧୫୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଭାଟପଡ଼ାରେ ଥିବା ଏକ ମିକ୍ସଚର ଗୋଦାମରୁ ଏହି ଧଳାଜହର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଜଣେ ୨ ଜଣଙ୍କୁ ଗିରଫ କରାଯାଇଛି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମିକ୍ସଚର ଫ୍ୟାକ୍ଟ୍ରିରେ ଚଢ଼ାଉ କରିଥିଲା ଅବକାରୀ ବିଭାଗ । ତେବେ ଗିରଫ ହୋଇଥିବା ୨ ଜଣଙ୍କୁ ନେଇ ଖୋର୍ଦ୍ଧା ଅବକାରୀ ଅଫିସ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି। ଷଡ଼ଯନ୍ତ୍ର କରି ମିକ୍ସଚର ଫ୍ୟାକ୍ଟ୍ରିରେ ବ୍ରାଉନସୁଗର ରଖାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Comments are closed.