ଯାନ୍ତ୍ରିକ ତ୍ରୁଟି ଓ ପକ୍ଷୀ ସହ ଧକ୍କା ପରେ ଅଳ୍ପକେ ବର୍ତ୍ତିଲା ୨ ବିମାନ

ନୂଆଦିଲ୍ଲୀ: ସ୍ପାଇସ୍ ଜେଟ୍‌ର ଦୁଇଟି ବିମାନକୁ ବୈଷୟିକ ସମସ୍ୟା ଓ ପକ୍ଷୀ ସହ ମାଡ଼ ହେବା କାରଣରୁ ଡାଇଭର୍ଟ କରାଯାଇ ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବରଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି।
ଦିଲ୍ଲୀରୁ ଶିଲଂ ଯାଉଥିବା ବିମାନଟି ସକାଳ ୮ଟା ୫୨ ମିନିଟ୍‌ରେ ପାଟନାର ଜୟ ପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଏକ ପକ୍ଷୀ ସହ ଧକ୍କା ଦେବା ପରେ ବିମାନଟି ଜରୁରୀ ଅବତରଣ କରିଥିଲା। ଅନ୍ୟ ଏକ ଘଟଣାରେ ୧୧୭ ଜଣ ଯାତ୍ରୀ ଓ କର୍ମଚାରୀଙ୍କୁ ନେଇ ଚେନ୍ନାଇରୁ କୋଚି ଅଭିମୁଖେ ଯାଉଥିବା ଏକ ବିମାନ ଉଡ଼ାଣ ମଝିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଚେନ୍ନାଇ ଫେରି ଜରୁରୀ ଅବତରଣ କରିଥିଲା। ସ୍ପାଇସ୍ ଜେଟ୍‌ର ଜଣେ ମୁଖପାତ୍ର କହିଛନ୍ତି, ଚେନ୍ନାଇରୁ କୋଚି ଅଭିମୁଖେ ଉଡ଼ାଣ ଭରିଥିବା କ୍ୟୁ-୪୦୦ ବିମାନ ଡିସେମ୍ବର ୯ ତାରିଖରେ ବୈଷୟିକ ତ୍ରୁଟି ଯୋଗୁ ଚେନ୍ନାଇ ଫେରିଆସିଥିଲା। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା ଏବଂ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା। ଯାତ୍ରୀମାନଙ୍କ କୋଚି ଯିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା।

Launching Ceremony of “AYUSHMAN BHARAT

Comments are closed.