ଯକୃତ ଯନ୍ତ୍ରଣା

0

ପରିବର୍ତ୍ତିିତ ଜୀବନଶୈଳୀ ଓ ଖରାପ ଖାଦ୍ୟପେୟ ସକାଶେ ହଜମ ପ୍ରକି୍ରୟା ଅସନ୍ତୁଳିତ ହୋଇଥାଏ । ଯାହାର ପ୍ରଭାବରୁ “ଯକୃତ ଯନ୍ତ୍ରଣା’ ଭଳି ସମସ୍ୟା ସୃଷ୍ଟି ହୁଏ ଓ ଏହା ସିରୋସିସ୍‌ ଭଳି ରୋଗର ରୂପ ନେଇପାରେ ।
ପିଞ୍ଜରା ହାଡ଼ ତଳ ପେଟର ଡାହାଣ ପଟେ ଯକୃତ ରହିଛି । ବିଶେଷ କରି ପାଚନ ପ୍ରକ୍ରିୟାରେ ଏହାର କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ । ଯକୃତ ପିତ୍ତ ତିଆରି କରିଥାଏ । ପିତ୍ତ ହେଉଛି ଏକ ହଳଦିଆ-ସବୁଜ ରଙ୍ଗର ତରଳ ପଦାର୍ଥ । ଯାହା କ୍ଷୁଦ୍ରାନ୍ତ୍ରରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଯକୃତ ଶର୍କରା ଗଚ୍ଛିତ କରେ ଓ ରକ୍ତର ଶର୍କରା ମାତ୍ରା ସନ୍ତୁଳନ କରେ । ଯକୃତ ପୁଷ୍ଟିସାର ଓ ସ୍ନେହସାରରୁ ଶର୍କରା ତିଆରି କରିଥାଏ । ହେଲେ କେତେକ କାରଣ ଯୋଗୁଁ ଏଥିରେ ସିରୋସିସ୍‌ ରୋଗ ଦେଖାଯାଏ । ସିରୋସିସ୍‌ ଏକ ପ୍ରକାରର ରୋଗ ଯେଉଁଥିରେ ଦୀର୍ଘକାଳୀନ କ୍ଷତି ଯୋଗୁ ଯକୃତ ଭଲ ରୂପେ କାର୍ଯ୍ୟ କରିପାରେନାହିଁ । ସ୍ୱାଭାବିକ ଭାବରେ ରୋଗ ବର୍ଷ ବର୍ଷ ଧରି ଧୀରେ ଧୀରେ ବଢ଼ିଚାଲେ । ରୋଗ ଆରମ୍ଭରେ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ରୋଗ ଖରାପ ଦିଗକୁ ଗତି କଲେ ଦୁର୍ବଳ ଲାଗେ, ଦେହ କୁଣ୍ଡାଇ ହୁଏ, ଗୋଡ଼ ନିମ୍ନଭାଗ ଫୁଲିଯାଏ, ଚର୍ମ ହଳଦିଆ ହୁଏ, ସହଜରେ କ୍ଷତ ହୁଏ, ପେଟରେ ତରଳ ପଦାର୍ଥ ଜମିଯାଏ ଓ ପେଟରେ ବୁଢ଼ିଆଣି ବସା ପରି ଶିରାଳ ଦେଖାଯାଏ ।
ସିରୋସିସ୍‌ର କାରଣ
ଅତ୍ୟଧିକ ମଦ୍ୟପାନ, ହେପାଟାଇଟିସ-ବି, ହେପାଟାଇଟିସ-ସି ଓ ନନ୍‌ ଆଲକୋହୋଲିକ ଫାଟି ଲିଭର ଡିଜିଜ ଯୋଗୁ ସିରୋସିସ୍‌ ମୁଖ୍ୟତଃ ହୋଇଥାଏ । ଦୈନନ୍ଦିନ ୨ ବା ୩ ଥରରୁ ଅଧିକ ଅନେକ ବର୍ଷ ଧରି ମଦ୍ୟପାନ କଲେ ସମୟକ୍ରମେ ସିରୋସିସ୍‌ ରୋଗ ହୁଏ । ଅଟୋଇମ୍ମୁଇ ହେପାଟାଇଟିସ, ପ୍ରାଇମେରୀ ବିଲିଆରି ସିରୋସିସ୍‌, କେତେକ ଔଷଧ ଓ ଗଲଷ୍ଟୋନ (ପିତ୍ତକୋଷରେ ପଥର) ଥିଲେ ମଧ୍ୟ ଏହି ରୋଗ ହୋଇପାରେ । ସିରୋସିସ୍‌ ରୋଗରେ ଯକୃତ ତନ୍ତୁଗୁଡ଼ିକ ଫାଇବ୍ରୋସିସରେ ପରିବର୍ତ୍ତିତ ହୋଇଯାଏ । ଯାହା ଯକୃତ କାର୍ଯ୍ୟରେ ବାଧା ଉପୁଯାଇଥାଏ । ରକ୍ତ ପରୀକ୍ଷା, ମେଡିକାଲ ଇମେଜିଙ୍ଗ ଓ ଯକୃତ ବାୟୋ«ି ଦ୍ୱାରା ଏହି ରୋଗ ର୍ନିଣ୍ଣୟ କରାଯାଏ ।
ଲକ୍ଷଣ:
ସିରୋସିସ୍‌ ରୋଗରେ ବିଶେଷ ଲକ୍ଷଣ ଦେଖାଯାଇ ନ ଥାଏ । ତଥାପି ଶରୀରର କେତେକ ପରିବର୍ତ୍ତନ ପ୍ରତି ଧ୍ୟାନ ଦେଲେ ଏହା ଜଣାପଡ଼ିଥାଏ ।
-ପେଟର ଡାହାଣ ପାଖ ଦରଜ ହେବା କିମ୍ବା ଯନ୍ତ୍ରଣା କରିବା ।
-ପାପୁଲିରେ ଏରିଡେମା ହେବା କିମ୍ବା ହରମୋନ୍‌ ବିଶୃଙ୍ଖଳା ଦେଖାଯିବା ।
-ଅଳ୍ପ କାମରେ ଥକିଯିବା ।
-ଭୋକ କମିଯିବା ଏବଂ ଅଚାନକ ଓଜନ ହ୍ରାସ ପାଇବା ।
-ମନ ଚଳଚଞ୍ଚଳ ହେବ ଓ ଦେହରୁ ଝାଳ ବୋହିବା ।
-ହାତର ପାପୁଲି ଲାଲ୍‌ ଓ ଧଳା ଦେଖାଯିବା । ପାଦ ତଳ ଛୁଞ୍ଚି ଫୁଟିଲା ଭଳି ଲାଗିବା ।
-ପେଟରେ ରକ୍ତ କୋଷିକାର ଜାଲି ଦେଖାଯିବା ।
-ତ୍ୱଚା ହଳଦିଆ ଦେଖାଯିବା ।

Leave A Reply

Your email address will not be published.