ଭୁବନେଶ୍ୱର: ଅଗଷ୍ଟ୧୩: ମୌସୁମୀ ବା ବର୍ଷାଋତୁରେ ଦେହରୁ ବାହାରୁ ଥିବା ଝାଳ ଆର୍ଦ୍ରତା ଆଣିବା ସହିତ ଦୁର୍ଗନ୍ଧ ଓ ବାହାରୁ ବିଭିନ୍ନ ଜୀବାଣୁ ଶରୀରକୁ ନେଇ ଆସିଥାଏ । ଏହାକୁ ଅଣଦେଖା କଲେ ଶରୀର ରୋଗାଗ୍ରସ୍ତ ହୋଇଯାଏ । ସେଥିପାଇଁ ମୌସୁମୀ ସମୟରେ ନିଜ ପୋଷାକର ସଠିକ୍ ଚୟନ ନିହାତି ଜରୁରୀ । ‘ଡାମେନ୍ସ୍ଚ’ କମ୍ପାନୀର ପ୍ରତିଷ୍ଠାତା ଗୌରଭ ପୁଷ୍କର ଏବଂ ‘ଫ୍ରିକଲcର’ର ପ୍ରତିଷ୍ଠାତା ଅରଷିତ ଭିଜଙ୍କ ମୌସୁସୀରେ ପରିଧାନକୁ ନେଇ କିଛି ଟିପ୍ସ ଦେଇଛନ୍ତି । ଅସନ୍ତୁ, ଜାଣିବା । ବର୍ଷା ପରିବେଶ ଓ ଶରୀରରେ ଆର୍ଦ୍ରତା ଆଣିଥାଏ । ଏହିପରି ପରିସ୍ଥିତିରେ ଏମିତି ପୋଷାକ ଓ ବିଶେଷକରି ଅନ୍ତବସ୍ତ୍ର ବାଛନ୍ତୁ, ଯାହା ଜଲଦି ସୁଖି ଯିବା ସହିତ ଝାଳକୁ ବହୁତ ସମୟ ବାନ୍ଧି ରଖିବ ନାହିଁ । ଅନ୍ତବସ୍ତ୍ର ଆର୍ଦ୍ର ରହିଲେ, କୁଣ୍ଡିଆ ଓ ଫଙ୍ଗଲ ଇନ୍ଫେକ୍ସନ ହୋଇଥାଏ । ପ୍ରତିଷ୍ଠାତା ଦ୍ୱୟଙ୍କ ମତରେ, ‘ମାଇକ୍ରୋ ମେଡାଲ’ କପଡ଼ାରେ ପ୍ରସ୍ତୁତ ପୋଷାକ ମୌସୁମୀରେ ପରିଧାନ କରିବା ଉପଯୋଗୀ । ଏହି କପଡ଼ା ସୂତା କପଡ଼ାଠାରୁ ତିନି ଗୁଣରେ ନରମ ହେବା ସହିତ ହାଲୁକା ହୋଇଥାଏ । ଏହି କପଡ଼ା ଆର୍ଦ୍ର ହେଲେ ମଧ୍ୟ ଖୁବ୍ ଶୀଘ୍ର ସୁଖିଯାଏ । ପୋଷାକରେ ଝାଳ ଲାଗିଲେ, ତାହା ଧୀରେ ଧୀରେ ସୁଖିବା ସହିତ ଝାଳର ଗନ୍ଧ ପୋଷାକରେ ରହିଯାଏ । ଏଣୁ ଇଲାଷ୍ଟିକ୍ େୱଷ୍ଟବ୍ୟାଣ୍ଡ ଏହି ସମୟରେ ପରିଧାନ କରିବା ଲାଭଦାୟକ ହୋଇଥାଏ । ଏହାସହ ଭଲ ଗୁଣବତ୍ତା ଅନ୍ତବସ୍ତ୍ର ପରିଧାନ କରିବା ମଧ୍ୟ ନିହାତି ଜରୁରୀ ।

Comments are closed.