ମୌନି କରିବେ କମବ୍ୟାକ

0

ଧାରାବାହିକ କ୍ୟୁଁ କି ସାସ୍ ଭି କଭି ବହୂ ଥୀ ଧାରାବାହିକକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଛି । ଏଥିରେ ପ୍ରଥମ ଭାଗର ଅନେକ କଳାକାର କମବ୍ୟାକ କରୁଥିବାନେଇ ସୂଚନା ରହିଛି । ଏହି ତାଲିକାରେ ପ୍ରଥମେ ସ୍ମୃତିଇରାନି ସାମିଲ ହୋଇଥିଲେ । ବର୍ତ୍ତମାନ ଏହି ତାଲିକାରେ ମୌନି ରୟ ସାମିଲ ହୋଇଥିବା ଜଣାପଡିଛି । ମୌନିଙ୍କୁ ପ୍ରଥମ ସିରିଜରେ ଦର୍ଶକ ଖୁବ ଭଲପାଇବା ଦେଇଥିଲେ । ତେଣୁ ବର୍ତ୍ତମାନ ମଧ୍ୟ ଦର୍ଶକ ତାଙ୍କର କମବ୍ୟାକ ନେଇ ଖୁବ ଖୁସି ଅଛନ୍ତି । ନୂଆ ସିରିଜ୍ ବା ସିକ୍ୟୁଏଲଟି ମଧ୍ୟ ଖୁବ ଲୋକପ୍ରିୟ ହେବ ଏବଂ ଦର୍ଶକ ଏହାକୁ ଖୁବ ଭଲପାଇବା ଦେବେ ବୋଲି ମେକର୍ସ ଆଶା ରଖିଛନ୍ତି । ଏଥିରେ ଆହୁରି ଏଭଳି ଅଭିନେତାଙ୍କୁ ମଧ୍ୟ ଦେଖିବାକୁ ମିଳିବ ଯେଉଁମାନେ ପୂର୍ବ ଭାଗରେ ନଜର ଆସିଥିଲେ । ଏହି ପ୍ରୋଜେକ୍ଟ ବିଷୟରେ ଜଣା ପଡିବାପରେ ସମସ୍ତ ଫ୍ୟାନ୍ ଖୁବ ଖୁସି ଥିବା ସହ ସୋସିଆଲ ମିଡିଆରେ ଏନେଇ ଆଲୋଚନା କରିବାରେ ଲାଗିଛନ୍ତି ।

Leave A Reply

Your email address will not be published.